ଓବାମାଙ୍କ ସହ ନାଚିବାବେଳେ ଜେଜେ ମା’ଙ୍କ ଗୋଡ଼ ଭାଙ୍ଗିଲା

0

ନାଇରୋବି : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ଏବେ ତାଙ୍କ ପୈତୃକ ଗାଁ କେନିଆର ନାୟଙ୍ଗୋମା କୋଗେଲୁରେ ସମୟ ବିତାଉଛନ୍ତି। ନାୟଙ୍ଗୋମାରେ ଓବାମା ଏକ ସ୍କୁଲକୁ ଉଦ୍‍ଘାଟନ କରିଛନ୍ତି। ଓବାମାଙ୍କ ସାବତ ଭଉଣୀ ଔମା ଓବାମା ଏହି ସ୍କୁଲଟିକୁ ଖୋଲିଛନ୍ତି। ତେବେ ସ୍କୁଲ ଉଦ୍‍ଘାଟନ ସମୟରେ ଖୁସି ମନାଇବାକୁ ଓବାମା ତାଙ୍କ ଭଉଣୀ ଔମା ଓ ଜେଜେ ମା’ଙ୍କ ସହିତ ନାଚିଥିଲେ। ନାଚିବା ବେଳେ ଜେଜେ ମା’ଙ୍କ ଗୋଡ ଭାଙ୍ଗି ଯାଇଥିଲା। ରାଷ୍ଟ୍ରପତି ପଦରୁ ହଟିବା ପରେ ଓବାମା ପ୍ରଥମ କରି ତାଙ୍କ ପୈତୃକ ଗ୍ରାମକୁ ଗସ୍ତ କରିଛନ୍ତି। କେନିଆ ଗସ୍ତ ପରେ ଓବାମା ଦକ୍ଷିଣ ଆଫ୍ରିକା ଯାଇଥିଲେ। ସେଠାରେ ସେ ନେଲସନ ମଣ୍ଡେଲାଙ୍କ ୧୦୦ତମ ଜନ୍ମବାର୍ଷିକ ଉତ୍ସବରେ ଯୋଗଦେଇଥିଲେ।

Leave A Reply