୧୫ ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ପାଠ କରାଇଲେ ରାଷ୍ଟ୍ରପତି

ଆଜି ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ରାଷ୍ଟ୍ରପତି ଭବନ ଦରବାର ହଲରେ ୪୩ ଜଣ ମନ୍ତ୍ରୀଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଉଛନ୍ତି। ପ୍ରଥମେ ରାଷ୍ଟ୍ରପତି ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ।

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ମନ୍ତ୍ରୀଗଣ ହେଉଛନ୍ତି ଅନୁରାଗ ସିଂ ଠାକୁର, ଗଙ୍ଗାପୁରମ କିଶନ ରେଡ୍ଡୀ, ପୁରୁଷୋତ୍ତମ ରୁପାଲା, ଭୂପେନ୍ଦ୍ର ଯାଦବ, ମନସୁଖ ମାଣ୍ଡବୀୟ, ହରଦୀପ ସିଂ ପୁରୀ, ରାଜକୁମାର ସିଂ, କିରଣ ରିଜ୍ଜିଜୁ, ପଶୁପତି କୁମାର ପାରସ, ଅଶ୍ୱିନୀ ବୈଷ୍ଣବ, ରାମଚନ୍ଦ୍ର ପ୍ରସାଦ ସିଂ, ଜ୍ୟୋତିରାଦିତ୍ୟ ମାଧବ ରାଓ ସିନ୍ଧିଆ, ଡଃ ବୀରେନ୍ଦ୍ର କୁମାର, ସର୍ବାନନ୍ଦ ସୋନଓ୍ୱାଲ ଓ ନାରାୟଣ ରାଣେ।

ଆଜିର ଶପଥ ଗ୍ରହଣ ଉତ୍ସବରେ ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟାନ୍ୟ ସଦସ୍ୟଗଣ ଯୋଗ ଦେଇଥିଲେ।

Comments are closed.