ଓଏଏସସ୍ତରରେ ଅଦଳବଦଳ: ବଦଳିଲେ ବିଏମସି ଅତିରିକ୍ତ କମିଶନର

ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି ସରକାର । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଶକ୍ତି ବିଭାଗ ସ୍ବତନ୍ତ୍ର ସଚିବ ଭାବରେ ବଦଳି କରାଯାଇଥିବାବେଳେ ପୂର୍ବତନଖୋର୍ଧା ଜିଲାପାଳ ଶୀତାଂଶୁ କୁମାର ରାଉତଙ୍କୁ ଆରଓଟିଆଇ ନିର୍ଦେଶକ ଭାବରେ ଅବସ୍ଥାପିତ କରାଯାଇଛି । ବନାନୀ ମହାନ୍ତିଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗରୁ ସାଧାରଣ ପ୍ରଶାସନର ସିଡ଼ିଆଇ ଭାବରେ ବଦଳି କରାଯାଇଥିବାବେଳେ ଦୁର୍ବାଦଳ ମେହେରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି । ସେ ପୂର୍ବରୁ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଥିଲେ। ଖୋର୍ଧା ଜାତୀୟ ରାଜପଥ ଭୂମି ଅଧିଗ୍ରହଣ ଅଧିକାରୀ ଶ୍ରାବଣୀ ପଟ୍ଟନାୟକଙ୍କୁ ଓରେରାର ଯୁଗ୍ମ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି । ଯାଜପୁର ଉପଜିଲାପାଳ ନାରାୟଣ ଧଳଙ୍କୁ ଭୁବନେଶ୍ବର ମହାନଗର ନିଗମ ଯୁଗ୍ମ କମିଶନର, ଦେବଗଡ଼ ପିଡ଼ି ଡ଼ିଆରଡ଼ିଏ ସୁଶାନ୍ତ ପଟେଲଙ୍କୁ ଭବାନୀପାଟଣା ଅତିରିକ୍ତ ଉପଜିଲାପାଳ, ସୁନ୍ଦରଗଡ଼ ପିଡ଼ି ଡ଼ିଆରଡ଼ିଏ ବିଶ୍ବରଞ୍ଜନ ରଥଙ୍କୁ ଅନୁଗୁଳ ପିଡ଼ି ଡ଼ିଆରଡ଼ିଏ, ଭବାନୀ ପ୍ରସାଦ ମିଶ୍ରଙ୍କୁ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓଏସଡ଼ି ଭାବରେ ଅବସ୍ଥାପିତ କରାଯାଇଛି । ଶରତ ଚନ୍ଦ୍ର ବେହେରାଙ୍କୁ ଯାଜପୁର ଉପଜିଲାପାଳ ଭାବରେ ନିଯୁକ୍ତି ମିଳିଛି ଓ ରବି ନାରାୟଣ ମାଝିଙ୍କୁ ସରାଙ୍ଗ ଆଇଜିଆଇଟିର ରେଜିଷ୍ଟ୍ରାର ଭାବରେ ନିଯୁକ୍ତି ଦିଆଯାଇଛି । ଅନୁରୂପ ଭାବରେ ବାସୁଦେବ ବାହାରୀଙ୍କୁ ଦେବଗଡ଼ ଡ଼ିଆରଡ଼ିଏ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ (ପ୍ରଶାସନ) ଭାବରେ ଅବସ୍ଥାପିତ କରାଯାଇଛି ।

Comments are closed.