ଅଗଷ୍ଟ ୨୭ରେ ହେବ ଓଏଏସ ପ୍ରିଲିମ ପରୀକ୍ଷା

ଭୁବନେଶ୍ବର: ଓଡ଼ିଶା ଲୋକ ସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପ୍ରଲିମିନାରୀ ପରୀକ୍ଷା ଅଗଷ୍ଟ ୨୭(ଶୁକ୍ରବାର) ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଏଏସ ପ୍ରିଲିମିନାରୀ ପରୀକ୍ଷା ଦୁଇଟି ସିଟିଂରେ ହେବ। ସକାଳ ୧୦ରୁ ଦିନ ୧୨ ପର୍ଯ୍ୟନ୍ତ ଜେନେରାଲ ଷ୍ଟଡ଼ିଜର ପ୍ରଥମ ପେପର ଓ ସାଢ଼େ ଗୋଟାଏରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡ଼ିଜର ଦ୍ୱିତୀୟ ପେପର ପରୀକ୍ଷା କରାଯିବ। ଏଥିପାଇଁ ରାଜ୍ୟରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁର ଆଦି ୫ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି।

 

ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ। ଓଏଏସ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ପରୀକ୍ଷାର୍ଥୀ ଆଡ୍‌ମିଶନ ସାର୍ଟିଫିକେଟ ଏବଂ ମାର୍ଗଦର୍ଶିକା ଓପିଏସସି ୱେବସାଇଟରେ ଉପଲବ୍ଧ ହେଉଛି ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

Comments are closed.