ଓଏଏସ ପ୍ରିଲିମ ପରୀକ୍ଷାଫଳ ପ୍ରକାଶ, ୫୨୯୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ବର: ଓଡ଼ିଶା ଲୋକ ସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ୨୦୨୧ର ପ୍ରିଲିମ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ମୋଟ ୫୨୯୬ ପରୀକ୍ଷାର୍ଥୀ ପ୍ରିଲିମ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ମୋଟ ୨୯,୨୯୫ ଜଣ ପରୀକ୍ଷାର୍ଥୀ ଏହି ଓଏଏସ ୨୦୨୧ ପ୍ରିଲିମ ପରୀକ୍ଷା ଦେଇଥିଲେ। ଓଏଏସ ପ୍ରିଲିମିନାରୀ ପରୀକ୍ଷାଫଳ ଦେଖିବା ପାଇଁ ପରୀକ୍ଷାର୍ଥୀମାନେ ଓପିଏସସି ୱେବସାଇଟ https://www.opsc.gov.inରୁ ଦେଖିପାରିବେ।
Comments are closed.