ବଲାଙ୍ଗିର ଓଏଏସ ସଂଘ ପକ୍ଷରୁ ଶୋକସଭା

ବଲାଙ୍ଗିର: କରୋନା ସଂକ୍ରମଣର ଶୀକାର ହୋଇ ମୃତ୍ୟୁ ବରଣ କରିଥିବା ଗଜପତି ଜିଲା ଅତିରିକ୍ତ ଜିଲାପାଳ କରୁଣାକର ରାଇକାଙ୍କୁ ବଲାଙ୍ଗିର ଜିଲା ଓଏଏସ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଜିଲାର ବରିଷ୍ଠ ଓଏଏସ ଅଧିକାରୀମାନେ ଜିଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ସମବେତ ହୋଇ ନିରବ ପ୍ରାର୍ଥନା କରିଥିଲେ।

ବଲାଙ୍ଗିର ଜିଲା ସଂଘର ସଭାପତି ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶୋକସଭାରେ ଡିଆରଡିଏ ପିଡି ଡ. ମହେଶ୍ୱର ସ୍ୱାଇଁ, ପାଟଣାଗଡ ଉପ ଜିଲାପାଳ ସୋମନାଥ ପଧାନ ତଥା ଅନ୍ୟମାନେ ଉପସ୍ଥିତ ଥିଲେ। ସାମାଜିକ ଦୂରତା ଓ ମାସ୍କ ପିନ୍ଧି ଏହା ପାଳନ କରାଯାଇଥିଲା। ଏ ନେଇ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଠାରେ ସ୍ୱର୍ଗତ ଅଧିକାରୀଙ୍କ ପରିବାରକୁ ଏକ କୋଟି ଟଙ୍କାର ଆର୍ଥିକ ସହାୟତା, ମୃତକଙ୍କ ସ୍ତ୍ରୀଙ୍କୁ ଚାକିରୀ ଓ କରୋନା ଲଢେଇରେ ନିୟୋଜିତ ଓଏଏସଙ୍କୁ କରୋନାଯୋଦ୍ଧା ଭାବେ ଘୋଷଣା ପ୍ରସ୍ତାବ ରାଜ୍ୟ ସଂଘକୁ ଦିଆଯାଇଥିବା ନେଇ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Comments are closed.