ଓଏଏସ୍ ପରୀକ୍ଷାରେ ସଫଳତା ପାଇଲେ ସାହାରପଡାର ପୁଅ ଅବିନାଶ

ପାଟଣା: ରାଜ୍ୟରେ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ପାଟଣା ଥାନା ଅଞ୍ଚଳ ବେଗନା ଗ୍ରାମର ଅବିନାଶ ବିଶ୍ଵଜିତ ସେଠୀ ୨୩ ନମ୍ବର ରାଙ୍କରେ କୃତିତ୍ୱ ଅର୍ଜନ କରିଛନ୍ତି। ବେଗନା ଗ୍ରାମର ରାଜେନ୍ଦ୍ର କୁମାର ସେଠୀ ଓ ସୁଲୋଚନା ସେଠୀଙ୍କ ବଡ଼ ପୁଅ ଅବିନାଶ ଛାତ୍ର ଜୀବନରେ ଜଣେ ଭଲ ମେଧାବୀ ଛାତ୍ର ଥିଲେ। ସେ ୨୦୦୩ରୁ ୨୦୧୦ ମସିହା ପର୍ଯ୍ୟନ୍ତ ହଦଗଡ଼ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ମ୍ୟାଟ୍ରିକ୍ ଓ ଯୁକ୍ତ ଦୁଇ ପାଠ୍ୟକ୍ରମ ସାରିବା ପରେ ୨୦୧୧-୧୫ରେ ଭୁବନେଶ୍ୱର ସ୍ଥିତ ଓଡିଶା ୟୁନିଭରସିଟି ଅଫ ଏଗ୍ରିକଲଚର ଏଣ୍ଡ ଟେକନଲୋଜିରେ କୃଷି ବିଭାଗରେ ବିଏସସି ପାସ୍ କରିଥିଲେ। ପରେ ଉଚ୍ଚଶିକ୍ଷା ନିମନ୍ତେ ସେ ଦିଲ୍ଲୀ ସ୍ଥିତ ଇଣ୍ଡିଆନ ଏଗ୍ରିକଲଚର ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ବାୟୋଟେକ୍ନୋଲୋଜିରେ ଏମ୍ଏସି ପାଠ୍ୟକ୍ରମ ସାରି ବର୍ତ୍ତମାନ ପିଏଚଡି କରୁଛନ୍ତି। ତାଙ୍କର ଏହି ସଫଳତା ପଛରେ ଇଶ୍ୱର, ଶିକ୍ଷକ ଓ ବାପା-ମା’ଙ୍କୁ ଶ୍ରେୟ ଦେବା ସହ ଆଗାମୀ ଦିନରେ ଗରିବଙ୍କ ସେବା କରିବେ ବୋଲି ସେ କହିଛନ୍ତି।

Comments are closed.