ବାଦାମ ଖାଆନ୍ତୁ ସୁସ୍ଥ ରୁହନ୍ତୁ

0

ଅଧିକାଂଶ ଲୋକେ ବାଦାମକୁ ପାଣିରେ ଭିଜାଇ ଏହାକୁ ଖାଇଥାଆନ୍ତି। ଆଉ କେତେକ ଲୋକେ ବାଦାମ ଖାଇଲେ ମୋଟାପଣ ବଢିବା ଚିନ୍ତାରେ ଏହା ଠାରୁ ଦୂରରେ ରହିଥାଆନ୍ତି। ମାତ୍ର ଗବେଷକଙ୍କ ମତ ଅନୁଯାୟୀ, ବାଦାମରୁ ଶରୀରକୁ ପ୍ରଚୁର ପରିମାଣରେ ଶକ୍ତି ମିଳିଥାଏ। ବାଦାମ ଖାଇବା ଦ୍ୱାରା ଆମର ବହୁ ଉପକାର ହୋଇଥାଏ। ଜାଣନ୍ତୁ ତାହା କ’ଣ….
ବାଦାମ ଖାଇବା ପେଟ ଓ ହୃଦୟ ପାଇଁ ଖୁବ ଉପକାରୀ ଅଟେ।
ବାଦାମରେ ଥିବା ପୋଷକତତ୍ତ୍ୱ ଯୋଗୁ ଏହାକୁ ଅଳ୍ପ ଖାଇବା ଦ୍ୱାରା ପେଟ ଭର୍ତ୍ତି ଲାଗିଥାଏ। ଯାହାଦ୍ୱାରା ଅଧିକ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ।
ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା, କୋଲେଷ୍ଟ୍ରୋଲ ଆଦି ନିୟନ୍ତ୍ରଣ ହୋଇଥାଏ।
ବାଦାମରେ ଫାଇବର, ପ୍ରୋଟିନ, ବିିଭିନ୍ନ ପ୍ରକାରର ଭିଟାମିନ, ପୋଟାସିୟମ ଆଦି ପ୍ରଚୁର ପରିମାଣରେ ରହିଛି। ତେଣୁ ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ଅଟେ।
ଏହାକୁ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।
ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।
ମୁହଁ ସୁନ୍ଦର ଓ ଉଜ୍ୱଳ ହୋଇଥାଏ।

Leave A Reply