ସାଂସଦ ନୁସରତ ଜହାଁ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ନିଃଶ୍ୱାସ-ପ୍ରଶ୍ୱାସରେ କଷ୍ଟ ଅନୁଭବ ହେବାରୁ ରବିବାର ରାତିରେ ତାଙ୍କୁ କଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏଯାଏଁ ଡାକ୍ତରଖାନାରୁ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସୂଚନା ମିଳିପାରି ନାହିଁ।

ନୁସରତଙ୍କ ଜଣେ ସମ୍ପର୍କୀୟଙ୍କ କହିବାନୁସାରେ, ପୂର୍ବରୁ ତାଙ୍କର ଶ୍ୱାସ ରୋଗ ରହିଛି। ଆମେ ଆଶା କରୁଛୁ ଯେ, ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ।

ସୂଚନାଯୋଗ୍ୟ, ନୁସରତ ବଙ୍ଗଳା ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ। ପଶ୍ଚିମବଙ୍ଗର ବଶୀରହାଟରୁ ସେ ୨୦୧୯ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ ଏବଂ ପ୍ରଥମ ଥର ପାଇଁ ସାଂସଦ ହୋଇଛନ୍ତି।

Comments are closed.