ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା

ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ବାରିକପୁର ଅଞ୍ଚଳର ଜଣେ ନର୍ସିଂ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ ଭଦ୍ରକର ଏକ ଘରୋଇ ନର୍ସିଂ କଲେଜରେ ପାଠ ପଢୁଥିଲେ । ତେବେ ମହାମାରୀ କରୋନା ପାଇଁ ସମସ୍ତ କଲେଜ ବନ୍ଦ ଥିବାରୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଅନଲାଇନରେ ପାଠ ପଢାଯାଉଛି। ତେବେ ଯୁବତୀ ଜଣକ ଅନଲାଇନରେ ପାଠ ପଢୁଥିବା ବେଳେ ପରିବାର ଲୋକ ବିଲ କାମ କରିବାକୁ ଯାଇଥିଲେ । ମାତ୍ର ପରିବାର ଲୋକ ବିଲରୁ ଫେରି ଦେଖିବା ବେଳକୁ ଯୁବତୀ ଜଣକ ବେକରେ ଦଉଡି ଦେଇ ଦେଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ  ପଠାଇ ତଦନ୍ତ କରୁଥିବା ଜଣାପଡିଛି।

Comments are closed.