ବିସାଦ ଯୋଗୁଁ ୧୦୦ରୋଗୀ ହତ୍ୟା କରିଛନ୍ତି ନର୍ସ

0

ଓଲ୍‍ଡେନ୍‍ବର୍ଗ : ମାନସିକ ବିସାଦ କାରଣରୁ ଜଣେ ପୁରୁଷ ନର୍ସ ୧୦୦ ରୋଗୀଙ୍କୁ ହତ୍ୟା କରିଛନ୍ତି। ଏ ସମ୍ପର୍କରେ ସେ ମଙ୍ଗଳବାର ଖୋଲାଖୋଲି ସ୍ୱୀକାର ମଧ୍ୟ କରିଛନ୍ତି। ସମସ୍ତଙ୍କୁ ସମାନ ଉପାୟରେ ହୃଦ୍‍ଘାତ ସୃଷ୍ଟିକାରୀ ଇଞ୍ଜେକସନ୍‍ ଦେଇ ସେ ସମସ୍ତଙ୍କୁ ହତ୍ୟା କରିଥିବା କହିଛନ୍ତି। ଏହି ନର୍ସ ହେଉଛନ୍ତି ଜର୍ମାନୀର ନିଏଲ୍ସ ହୋଗେଲ। ସେ ୨୦୦୦ରୁ ୨୦୦୫ ମଧ୍ୟରେ ଦୁଇଟି ଡାକ୍ତରଖାନେରେ କାର୍ଯ୍ୟ କଲାବେଳେ ଏଭଳି ଘଟାଇଛନ୍ତି। ତାଙ୍କ ବିରୋଧରେ ୨୦୦୫ରେ ଏ ନେଇ ଅଭିଯୋଗ ହୋଇଥିଲା। ସେ ଜଣେ ରୋଗୀଙ୍କୁ ଡାକ୍ତରଙ୍କ ଦ୍ୱାରା ଲେଖାଯାଇ ନଥିବା ଇଞ୍ଜେକସନ୍‍ ଦେବାବେଳେ ଧରାପଡ଼ିଥିଲେ। ଏଥିପାଇଁ ସେ ପ୍ରାୟ ୧୦ବର୍ଷ କାରାଦଣ୍ଡ ଭୋଗିସାରିଲେଣି। ମଙ୍ଗଳବାର ୪୧ବର୍ଷୀୟ ହୋଗେଲ ମଙ୍ଗଳବାର ଓଲ୍‍ଡେନ୍‍ବର୍ଗସ୍ଥିତ ଅଦାଲତରେ ହାଜର ହୋଇ ସବୁ କଥା ମାନିଯାଇଛନ୍ତି। ତାଙ୍କ ହାତରେ ମୃତ ରୋଗୀଙ୍କ ବୟସ ଯଥାକ୍ରମେ ୩୪ରୁ ୯୬ପର୍ଯ୍ୟନ୍ତ ବୋଲି ସେ କହିଛନ୍ତି। ସେମାନଙ୍କ ମଧ୍ୟରୁ ୩୬ଜଣଙ୍କୁ ସରକାରୀ ଡାକ୍ତରଖାନାରେ ଓ ଅନ୍ୟ ୬୪ଙ୍କୁ ଘରୋଇ କ୍ଲିନିକ୍‍ରେ ହତ୍ୟା କରାଯାଇଛି। ବାସ୍ତବରେ ଏହି ସଂଖ୍ୟା ୨୦୦ରୁ ଅଧିକ ବୋଲି କୁହାଯାଉଛି। ହୋଗେଲଙ୍କ କହିବାନୁସାରେ ସେ ୧୯୯୯ରୁ ନର୍ସ ବୃତ୍ତି ଆରମ୍ଭ କରିଥିଲେ। ଅଧିକାଂଶ ସମୟ ଆଇସିୟୁରେ କାମ କରିବା ଫଳରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ମାନସିକ ଚାପରେ ରହିବା ସହ ଯନ୍ତ୍ରଣ ନିବାରକ ଔଷଧ ସେବନ କରୁଥିଲେ।

Leave A Reply