କରୋନାରେ ବଡ ଡାକ୍ତରଖାନା ସେବିକାଙ୍କ ପରଲୋକ

ବ୍ରହ୍ମପୁର: କରୋନାରେ ଆଖି ବୁଝିଛନ୍ତି ବ୍ରହ୍ମପୁର ବଡଡାକ୍ତରଖାନାର ସେବିକା ତଥା କରୋନା ଯୋଦ୍ଧା ପ୍ରଭାବତୀ ବେହେରା। ସେ ନ୍ୟୁରୋ ସର୍ଜରୀ ବିଭାଗରେ କାର୍ୟ୍ୟରତ ଥିଲେ। ଶନିବାର ତାଙ୍କ ମରଶରୀରକୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ପରେ ଶେଷକୃତ ସମ୍ପନ୍ନ ହୋଇଛି।

ହୁମ୍ମା ଅଞ୍ଚଳର ପ୍ରଭାବତୀ ବେହେରା(୩୪) ବଡ ଡାକ୍ତରଖାନାରେ ସେବିକା ଭାବେ କାର୍ୟ୍ୟ କରୁଥିବା ବେଳେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଗତ ୧୬ ତାରିଖରେ ବଡ ଡାକ୍ତରଖାନାର କୋଭିଡ ଚିକିତ୍ସାଳୟ-୨ରେ ଭର୍ତ୍ତି ହୋଇଥିଲେ। ତାଙ୍କ ଶରୀରରୁ ମାତ୍ରାଧିକ ରକ୍ତସ୍ରାବ ହୋଇଥିବାରୁ ତାଙ୍କୁ ଏ-ପଜିଟିଭ ରକ୍ତ ମଧ୍ୟ ଦିଆଯାଇଥିଲା। ହେଲେ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କର ଏକ ୧୦ ମାସର ଝିଅ ରହିଛି। ତାଙ୍କର ମୃତ୍ୟୁ ପରେ ବଡ ଡାକ୍ତରଖାନା ପରିସରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ବଡ ଡାକ୍ତରଖାନର ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର, ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ସହକର୍ମୀଙ୍କ ମଧ୍ୟରେ ଶୋକ ଖେଳିଯାଇଛି ବୋଲି ସେବକିା ସଂଘ ସଭାନେତ୍ରୀ କନକଲତା ଦାସ କହିଛନ୍ତି।

Comments
Loading...