ଦିଅର ଟାଙ୍ଗିଆ ଚୋଟରେ ଭାଉଜ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅସୁରବନ୍ଧ ଗାଁରେ ଦିଅର ଟାଙ୍ଗିଆ ଚୋଟରେ ଭାଉଜର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାସହିତ  ୫ ବର୍ଷର ଝିଆରୀ ମଧ୍ୟ ଗୁରୁତର ହୋଇଛି । ଗୁରୁତର ଥିବା ଝିଆରୀକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଯୋଗ୍ୟ, ମୃତକଙ୍କ ନାମ ମିଲୀ ମଲିକ। ମିଲୀଙ୍କ ସ୍ବାମୀ ଓ ଦଅର ଦୁଇ ଭାଇ ମଧ୍ୟରେ ଝଗଡ଼ା ହେଉଥିବାବେଳେ ସେ ମଝିକୁ ଆସିବାରୁ ଦିଅର ଟାଙ୍ଗିଆ ଚୋଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଗଣ୍ଡଗୋଳର କାରଣ ଅସ୍ପଷ୍ଟ ରହିଛି। ଅଭିଯୁକ୍ତ ଦିଅର ରବିନ୍ଦ୍ର ମଲିକକୁ ପୁଲିସ ଗିରଫ କରିଛି।

Comments are closed.