‘ଗଣପତ’ରେ ଟାଇଗର୍‍ଙ୍କ ସହ ନଜର ଆସିବେ ଏହି ଦୁଇ ଅଭିନେତ୍ରୀ!

ମୁମ୍ବଇ: ବଲିଉଡ଼ ଅଭିନେତା ଟାଇଗର୍‍ ଶ୍ରଫ୍‍ଙ୍କ ଆଗାମୀ ଚଳଚ୍ଚିତ୍ର ‘ଗଣପତ୍‍’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କିଛିଦିନ ପୂର୍ବରୁ ଟାଇଗର୍‍ ସାମାଜିକ ଗଣମାଧ୍ୟମରେ ଏହାର ଏକ ମୋଶନ୍‍ ପୋଷ୍ଟର ଶେୟାର କରିଥିବା ବେଳେ ଆଜି ଫିଲ୍ମର ନାୟିକା ଏବଂ ଶୁଟିଂକୁ ନେଇ କିଛି ନୂଆ ଖବର ସାମ୍ନାକୁ ଆସିଛି।

ଖବର ମୁତାବକ, ‘ଗଣପତ’ର ଶୁଟିଂ ଡିସେମ୍ବର ମାସରୁ ଆରମ୍ଭ ହେବ ଏବଂ ଏଥିରେ ଦୁଇ ଜଣ ଅଭିନେତ୍ରୀ ନଜର ଆସିବେ। ଏଥିରେ ଟାଇଗରଙ୍କୁ ମୁମ୍ବଇର ଜଣେ ବକ୍ସର୍‍ ଭୂମିକାରେ ଦେଖିବାକୁ ମିଳିବ। ଅଭିନେତ୍ରୀ କୃତି ସାନୋନ୍‍ଙ୍କ ଭଉଣୀ ନୁପୁର୍‍ ସାନୋନ୍‍ଙ୍କୁ ଫିଲ୍ମରେ ଟାଇଗର୍‍ଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳିଛି। ଏହା ତାଙ୍କର ପ୍ରଥମ ଫିଲ୍ମ। ଏହାସହିତ ଡାନ୍ସିଂ କ୍ୱିନ୍‍ ନୋରା ଫତେହୀ ଏଥିରେ ଅନ୍ୟତମ ଫିମେଲ୍‍ ଲିଡ଼୍‍ ଭୂମିକାରେ ନଜର ଆସିବେ। କୁହାଯାଉଛି ଖାସ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ବେଲ୍ ବଟମରେ ଆଇଟମ ନମ୍ବର କରିବାକୁ ନୋରା ମନା କରିଥିଲେ।

 

Comments are closed.