ଆଗାମୀ ୫ ବର୍ଷ ମଧ୍ୟରେ ଦେଶରେ ୯୭ କୋଟି ଅତିକ୍ରମ କରିବ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା, ଦ୍ରୁତ ଗତିରେ ବୃଦ୍ଧି ପାଇବ ସାଇବର ଅପରାଧ

ନୂଆଦିଲ୍ଲୀ : ଦେଶରେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୦ ମସିହାରେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ୭୦ କୋଟିକୁ ବୃଦ୍ଧି ପାଇଛି ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହି ସଂଖ୍ୟା ୯୭ କୋଟି ଅତିକ୍ରମ କରିବ। ଇଣ୍ଟରନେଟ୍ ସେବା ବୃଦ୍ଧି ଏବଂ ସ୍ମାର୍ଟଫୋନରେ ଇଣ୍ଟରନେଟ୍ ବ୍ୟବହାର ବୃଦ୍ଧି ସହିତ ସାଇବର ଅପରାଧର ଘଟଣା ମଧ୍ୟ ଦେଶରେ ଦୃତଗତିରେ ବୃଦ୍ଧି ପାଇଛି। ଅନୁମାନ କରାଯାଉଛି ଯେ ବର୍ତ୍ତମାନ ୩୯ ସେକେଣ୍ଡରେ ଗୋଟିଏ ଲେଖାଏଁ ସାଇବର ଆକ୍ରମଣ କରାଯାଉଛି। ଆଗାମୀ ବର୍ଷରେ, ସାଇବର ଅପରାଧ ଯେ କୌଶସି ଣସି ସରକାର ପାଇଁ ସବୁଠାରୁ ବଡ ଆହ୍ବାନରେ ପରିଣତ ହୋଇପାରେ। ଆଗକୁ ଆସୁଥିବା ଏହି ବିପଦର ମୁକାବିଲା କରିବା ପାଇଁ ଏବଂ  ବର୍ତ୍ତମାନ ସାଇବର ଆକ୍ରମଣରୁ ରକ୍ଷା ପାଇବା ପାଇଁ ବୈଷୟିକ ଏବଂ ଆଇନଗତ ସ୍ଥରରେ ପରିବର୍ତ୍ତନର ଆବଶ୍ୟକତା ରହିବଥିବା ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରୁଛନ୍ତି।

ଷ୍ଟାଟିଷ୍ଟାର ଏକ ରିପୋର୍ଟ ଅନୁଯାୟୀ, ଦେଶରେ ସ୍ମାର୍ଟଫୋନ୍ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୭୦ କୋଟି (୬୯.୬୦୭ କୋଟି) ରେ ପହଞ୍ଚିଛି। କେବଳ ଗୋଟିଏ ବର୍ଷ ମଧ୍ୟରେ ଏହି ସଂଖ୍ୟା ୭୬ ନିୟୁତ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ୨୦୨୩ ସୁଦ୍ଧା ଦେଶରେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ୮୭.୫୩୮ କୋଟି ଏବଂ ୨୦୨୫ ସୁଦ୍ଧା ଏହା ୯୭.୩୮୯ କୋଟି ହେବ ବୋଲି ଆକଳନ କରାଯାଇଛି।

ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟାରେ ସହରକୁ ଅତିକ୍ରମ କରୁଛି ଗ୍ରାମ

ସ୍ମାର୍ଟଫୋନ୍ ବ୍ୟବହାର ଦୃଷ୍ଟିରୁ ଗ୍ରାମାଞ୍ଚଳ ମଧ୍ୟ ସହରଗୁଡିକୁ ଅତିକ୍ରମ କରିଛି। ସେଲୁଲାର୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଇଣ୍ଟରନେଟ୍ ଏବଂ ସ୍ମାର୍ଟଫୋନ୍ ବ୍ୟବହାରରେ ଗ୍ରାମାଞ୍ଚଳଗୁଡିକ ୨୦୧୮ ସୁଦ୍ଧା ୩୫% ପର୍ଯ୍ୟନ୍ତ ଅଭିବୃଦ୍ଧି ରେକର୍ଡ କରିଥିବାବେଳେ ସହରାଞ୍ଚଳରେ ଏହି ଅଭିବୃଦ୍ଧି ମାତ୍ର ସାତ ପ୍ରତିଶତ ପାଖାପାଖି ରହିଛି। ଗ୍ରାମୀଣ ଲୋକମାନେ ମଧ୍ୟ ସେମାନଙ୍କ ବଜେଟର ପ୍ରାୟ ୨୫ ପ୍ରତିଶତ ମୋବାଇଲ୍ ସେବା ପାଇଁ ଖର୍ଚ୍ଚ କରୁଥିବାବେଳେ ସହରାଞ୍ଚଳରେ ଏହି ସଂଖ୍ୟା ପ୍ରାୟ ୨୬ ପ୍ରତିଶତ ଅଟେ।

ଭାରତୀୟ ଗ୍ରାହକମାନେ ସ୍ମାର୍ଟଫୋନ୍ ମାଧ୍ୟମରେ ଇଣ୍ଟରନେଟ୍ ସେବାକୁ ଅଧିକ ବ୍ୟବହାର କରୁଛନ୍ତି । ମୋଟ ଇଣ୍ଟରନେଟ୍ ସେବା ବ୍ୟବହାରକାରୀଙ୍କ ମଧ୍ୟରୁ ସ୍ମାର୍ଟଫୋନକୁ ଇଣ୍ଟରନେଟରେ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ୩୮ ପ୍ରତିଶତରୁ ଅଧିକ । ଅନୁମାନ କରାଯାଉଛି ଯେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ସହିତ ଇଣ୍ଟରନେଟ୍ ଭିତ୍ତିକ ସେବାର ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ଏବଂ ଏହା ସହିତ ସାଇବର ଅପରାଧର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ।

ସାଇବର ଅପରାଧ ଅପରାଧ ବୃଦ୍ଧି ପାଉଛି

NCRB ୨୦୧୯ ରିପୋର୍ଟ ସୂଚିତ କରେ ଯେ ସ୍ମାର୍ଟଫୋନର ବ୍ୟବହାର ଏବଂ ସାଇବର ଅପରାଧ ମାମଲା ମଧ୍ୟ ବୃଦ୍ଧି ପାଉଛି । ରିପୋର୍ଟ ଅନୁଯାୟୀ, ୨୦୧୮ ତୁଳନାରେ ୨୦୧୯ ରେ ସହରାଞ୍ଚଳରେ ସାଇବର ଅପରାଧ ଘଟଣାରେ ୮୨ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୮ ରେ ସମୁଦାୟ ୧୮,୭୩୨ ଘଟଣା ସାଇବର ଅପରାଧର ରିପୋର୍ଟ ହୋଇଥିଲା, ଯାହା ୨୦୧୯ ରେ ୪୪୫୪୬ କୁ ବୃଦ୍ଧି ପାଇଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ସାଇବର ଅପରାଧର ମୋଟ ଘଟଣାର ୬୦ ପ୍ରତିଶତ ପର୍ଯ୍ୟନ୍ତ ଜାଲିଆତି ହୋଇଥିବା ଜଣାପଡିଛି।

ସାଇବର ଅପରାଧ ଆଇନଗତ ପରିବର୍ତ୍ତନ ଆବଶ୍ୟକ

ସାଇବର ଆଇନ ବିଶେଷଜ୍ଞ ଆଡଭୋକେଟ୍ ଦର୍ଶନ କହିଛନ୍ତି ଯେ ଅନ୍ୟ ଅପରାଧ ତୁଳନାରେ ସାଇବର ଠକେଇର ଅପରାଧୀଙ୍କୁ ଧରିବା ଅତ୍ୟନ୍ତ କଷ୍ଟକର କାରଣ ଏହି ଅପରାଧ ଦୂର ଦୂରାନ୍ତରୁ ତଥା ଦେଶର ସୀମା ବାହାରେ କରାଯାଇଥାଏ। ଏହି ସ୍ଥାନଗୁଡିକରେ ଟେକ୍ନୋ-ଲିଗାଲ୍ ବାଧା ଯୋଗୁଁ ସୁରକ୍ଷା ଏଜେନ୍ସି ଏବଂ ସରକାରଙ୍କ ମଧ୍ୟ ସହଜ ସୁବିଧା ନାହିଁ ।

ଏଥି ସହିତ ଦେଶ ଭିତରେ ଘଟୁଥିବା ସାଇବର ଅପରାଧକୁ ରୋକିବା କଷ୍ଟସାଧ୍ୟ ନୁହେଁ। ସମସ୍ତ ଇଣ୍ଟରନେଟ୍ ଭିତ୍ତିକ ସେବାକୁ ଆରମ୍ଭ କରିବା ସମୟରେ ଆଧାରକାର୍ଡପରି ଆଇଡି ବ୍ୟବହାରକୁ ବାଧ୍ୟତାମୂଳକ କରିବା ଏବଂ ଯେ କୌଣସି ପ୍ଲାଟଫର୍ମରେ ନକଲି ଆକାଉଣ୍ଟ ସୃଷ୍ଟି ଉପରେ ପ୍ରତିବନ୍ଧକ ଲଗାଇ ସାଇବର ଅପରାଧୀଙ୍କୁ ରୋକାଯାଇପାରିବ। ଏଥିପାଇଁ ପ୍ରତ୍ୟେକ ପ୍ରମୁଖ ସେବା ପାଇଁ ସେହି କମ୍ପାନୀକୁ  ଭାରତରେ ତାହାର ଏକ ଷ୍ଟେସନ୍ କରିବା ବାଧ୍ୟତାମୂଳକ କରାଯିବା ଉଚିତ୍ ।

ସାଇବର ଆଇନର ବିଭାଗଗୁଡିକ ମଧ୍ୟ କଠୋର କରାଯିବା ଉଚିତ୍। ଆମେରିକୀୟ-ୟୁରୋପୀୟ ଦେଶମାନେ ସେମାନଙ୍କ ନିୟମକୁ କଡାକଡି କରିସାରିଛନ୍ତି। ଏଠାରେ ଅନେକ ସାଇବର ଅପରାଧ ମାମଲାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ, ଯେତେବେଳେ କି ଭାରତରେ ଏଭଳି କଠୋର ଆଇନର ଅଭାବ ରହିଛି।

Comments are closed.