କରୋନା ଅପଡେଟ୍ : ଆରୋଗ୍ୟ ସଂଖ୍ୟା ସାଢେ ୮ ଲକ୍ଷ ନିକଟତର, ସକ୍ରିୟ ମାମଲା ୪,୫୬,୦୭୧

ନୂଆଦିଲ୍ଲୀ : ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଏକ ଆସ୍ବସ୍ତିକର ଖବର। ଦେଶରେ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ସାଢେ ୮ ଲକ୍ଷ ନିକଟତର ହୋଇଛି। ତେବେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୩୬ ହଜାର ୮୬୧ ଥିବାବେଳେ, ବିଭିନ୍ନ ହସ୍ପିଟାଲରେ ୪ଲକ୍ଷ ୫୬ ହଜାର ୭୧ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୨ ହଜାର ୨୨୩ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିବା ସହ ମୋଟ୍‍ ୮ଲକ୍ଷ ୪୯ ହଜାର ୪୩୨ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ଫଳରେ କୋଭିଡ୍‍ ଆରୋଗ୍ୟ ହାର ୬୩.୫୩%କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି,  ଗତ
ଗତ ୨୪ ଘଣ୍ଟା ଭିତରେ ଆଉ ୪୮ ହଜାର ୯୧୬ ଜଣ ନୂଆ ସଂକ୍ରମିତ ହେବା ସହ ମୋଟ୍‍ ସଂକ୍ରମିତମାନଙ୍କ ସଂଖ୍ୟା ୧୩ ଲକ୍ଷ ୩୬ ହଜାର ୮୬୧ ରହିଛି। ତେବେ ଦେଶର ବିଭିନ୍ନ ହସ୍ପିଟାଲରେ ୪ଲକ୍ଷ ୫୬ ହଜାର ୭୧ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ଚିକିତ୍ସା କରାଯାଉଛି। ସେହିପରି ଗୋଟିଏ ଦିନରେ ଆଉ ୭୫୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି, ଫଳରେ ଦେଶରେ କୋଭିଡ୍‍ ମୃତ୍ୟୁସଂଖ୍ୟା ୩୧ ହଜାର ୩୫୮ରେ ପହଞ୍ଚିଛି। ତେବେ ଦେଶରେ କୋଭିଡ୍‍ ମୃତ୍ୟୁହାର କ୍ରମାଗତ ଭାବେ ହ୍ରାସ ପାଇ ୨ .୩୪% ରହିଛି।
ତେବେ ଦେଶରେ ଆରୋଗ୍ୟ ହାର ଦୃଷ୍ଟିରୁ ଦିଲ୍ଲୀ ଶୀର୍ଷରେ ଥିବାବେଳେ ଲଦାଖ ୨ୟ, ହରିଆଣା ୩ୟ, ତେଲଙ୍ଗାନା ୪ର୍ଥ, ଆସାମ ୫ମ ଓ ଗୁଜରାଟ ଷଷ୍ଠ ସ୍ଥାନରେ ରହିଛି। ଦିଲ୍ଲୀର ଆରୋଗ୍ୟ ହାର ୮୬.୪%କୁ ବୃଦ୍ଧି ପାଇଛି। ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ଶତକଡ଼ା ୭୨ ଭାଗରୁ ଅଧିକ ରହିଛି। ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ମଧ୍ୟ ଜାତୀୟ ଆରୋଗ୍ୟ ହାରଠାରୁ ଉପରେ ରହିଛି।
ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ସର୍ବୋଚ୍ଚ ସ୍ଥାନରେ ଥିବା ବେଳେ ୨ୟ ସ୍ଥାନରେ ତାମିଲନାଡୁ ଏବଂ ତା ପଛକୁ ଦିଲ୍ଲୀ ଓ ତେଲଙ୍ଗାନା ରହିଛି।

ଅନ୍ୟପକ୍ଷରେ ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କରୋନା ମୃତ୍ୟୁ ହାର ଜାତୀୟ ମୃତ୍ୟୁ ହାରଠାରୁ ନିମ୍ନରେ ରହିଛି। ତେବେ ମୋଟ୍‍ ସଂକ୍ରମିତ ବ୍ୟକ୍ତିମାନଙ୍କ ମଧ୍ୟରୁ ୬୮. ୩.୩ ଭାଗ ସଂକ୍ରମିତ ବ୍ୟକ୍ତି ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରେ ରହିଛନ୍ତି।

Comments are closed.