କରୋନା ଅପଡେଟ୍ : ୟୁରୋପରେ ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଲା

ରୋମ : ୟୁରୋପ ମହାଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଇଟାଲୀରେ ୫୩,୦୦୦ ଲୋକ ଏହା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ୟୁରୋପ ଏହି ସଂଖ୍ୟା​‌ ୧,୫୦,୦୦୦ ଅତିକ୍ରମ କରିଛି। ମିଡିଆ ​‌ରିପୋର୍ଟ ଅନୁସାରେ ଏହି ବିଶ୍ବବ୍ୟାପି ମହାମାରୀରେ ୟୁରୋପରେ ୧,୫୨,୧୧୭ ଲୋକ ସଂକ୍ରମିତ ହୋଇଛନ୍ତି । ସେହିପରି ମୃତ୍ୟୁ ସଂଖ୍ୟା ୭,୮୦୨ରେ ପହଞ୍ଚିଛି ।

ଅନ୍ୟପକ୍ଷରେ ଏସିଆ ମହାଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯୬,୬୬୯ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩,୪୭୯କୁ ବୃଦ୍ଧି ପାଇଛି ।

Comments are closed.