କରୋନା ଅପଡେଟ୍ : ହଟସ୍ପଟ୍ ଜିଲ୍ଲା ସଂଖ୍ୟା ୧୨୯କୁ ହ୍ରାସ

୩୨୫ଟି ଜିଲ୍ଲାରୁ କରୋନା ଭୂତାଣୁ ସଂକ୍ରମଣର କୌଣସି ମାମଲା ନାହିଁ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍  ହଟସ୍ପଟ ଜିଲ୍ଲା ସଂଖ୍ୟା ୧୨୯ କୁ ହ୍ରାସ ପାଇଛି । ୪୦ ଦିନ ପୂର୍ବରୁ ଏହି ସଂଖ୍ୟା ୧୭୦ ଥିଲା । ଏହି ସମୟ ମଧ୍ୟରେ ସଂକ୍ରମଣମୁକ୍ତ ଅଞ୍ଚଳ କିମ୍ବା ସବୁଜ ଜୋନ୍ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଏଗୁଡ଼ିକର ସଂଖ୍ୟା ବର୍ତ୍ତମାନ ୩୨୫ ରୁ ୩୦୭ କୁ ହ୍ରାସ ପାଇଛି ।

ଏକାସାଙ୍ଗରେ ଓ ସମାନ ସମୟ ମଧ୍ୟରେ ଅଣ-ହଟସ୍ପଟ୍ ଜିଲ୍ଲା ଏବଂ ଅରେଞ୍ଜ ଜୋନର ସଂଖ୍ୟା ବୃଦ୍ଧି ପାଇଛି, ଯାହାକି ୨୦୭ ରୁ ୨୯୭କୁ ବୃଦ୍ଧି ପାଇଛି। ୧୫ ଏପ୍ରିଲରେ କେନ୍ଦ୍ର ସରକାର ଜିଲ୍ଲାଗୁଡ଼ିକୁ ତିନୋଟି ବିଭାଗରେ ବିଭକ୍ତ କରିଥିଲେ। ଏହା ଅନୁଯାୟୀ, ଏପରି ଜିଲ୍ଲା ଯେଉଁଠାରେ ଅନେକ କରୋନା ସଂକ୍ରମିତ ଆସୁଛନ୍ତି କିମ୍ବା ଯେଉଁଠାରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଛି, ସେହି ଜିଲ୍ଲାଗୁଡ଼ିକ ରେଡ୍ ଜୋନ୍ କିମ୍ବା ହଟସ୍ପଟ ଭାବେ ଚିହ୍ନଟ କରାଯାଏ। ଯେଉଁ ଜିଲ୍ଲାଗୁଡ଼ିକରେ ରେଡ୍ ଜୋନ୍ ଅପେକ୍ଷା କମ୍ ସଂକ୍ରମଣ ମାମଲା ଥାଏ, ତାହାକୁ ଅରେଞ୍ଜ ଜୋନ୍ କିମ୍ବା ଅଣ-ହଟସ୍ପଟ୍ କୁହାଯାଏ | ଏଥି ସହିତ, ଏପରି ଜିଲ୍ଲା ଯେଉଁଠାରେ କୋଭିଡ -୧୯ର କୌଣସି ମାମଲା ରିପୋର୍ଟ ହୋଇନାହିଁ, ସେହି ଜିଲ୍ଲାଗୁଡ଼ିକୁ ସବୁଜ ଜୋନରେ ରଖାଯାଇଛି।ସେହିପରି ଏପ୍ରିଲ ୧୫ରେ, କେନ୍ଦ୍ର ସରକାର ୨୫ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୭୦ ଟି ଜିଲ୍ଲାକୁ କରୋନା ଭାଇରସ୍ ହଟସ୍ପଟ୍ ଭାବରେ ତାଲିକାଭୁକ୍ତ କରିଥିଲେ । କେନ୍ଦ୍ର ସରକାର ଏହା ମଧ୍ୟ କହିଛନ୍ତି ଯେ ତୃଣମୂଳ ସ୍ତରରେ ସଠିକ୍ ପଦକ୍ଷେପ ନିଆଯାଉଥିବାରୁ ୩୨୫ଟି ଜିଲ୍ଲାରୁ କରୋନା ଭୂତାଣୁ ସଂକ୍ରମଣର କୌଣସି ମାମଲା ରିପୋର୍ଟ ହୋଇନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଗତ ସାତ ଦିନ ମଧ୍ୟରେ ଦେଶର ୮୦ ଟି ଜିଲ୍ଲାରେ କୌଣସି ନୂତନ ମାମଲା ଆସି ନ ଥିବାବେଳେ ୪୭ ଦିନ ମଧ୍ୟରେ ୧୪ଟି ଜିଲ୍ଲାରେ କୌଣସି ନୂଆ ମାମଲା ଆସିନାହିଁ।

Comments are closed.