ଲୋକଙ୍କ ମାଡ଼ରେ ବାରହା ମୃତ

ନୂଆପଡ଼ା : ନୂଆପଡ଼ା ଜିଲା ସିନାପାଳି ରେଞ୍ଜ ସ୍ଥିତ କେନ୍ଦୁମୁଣ୍ଡା ଗାଁକୁ ସେମାବାର ସକାଳ ସମୟରେ ଏକ ବାରହା ଗାଁ ଭିତରକୁ ପଶିଆସିଥିବା ବେଳେ ଗାଁ ଲୋକେ ତାକୁ ପିଟିପିଟି ମାରି ଦେଇଥିବା ଜଣାପଡ଼ିଛି। ଏହାସହ ବାରହା ଆକ୍ରମଣରେ ୩ ଜଣ ଗୁରୁତର ମଧ୍ୟ ହୋଇଛନ୍ତି। ଖବର ପାଇବା ପରେ ସିନାପାଲି ବନବିଭାଗ ରେଞ୍ଜର ମୁରାରୀ ପଣ୍ଡାଙ୍କ ସମେତ ଏକ ଦଳ ଗାଁରୁ ବାରହାର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସୂଚନା ଯୋଗ୍ୟ, ଗ୍ରୀଷ୍ମର ପ୍ରବାହ ହେତୁ ଜଙ୍ଗଲର ଝରଣା, ପୋଖରୀ ଆଦି ଶୁଖିଯାଉଛି। ଫଳରେ ନିଜ ଶୋଷ ମେଣ୍ଟାଇବା ପାଇଁ ବନ୍ୟଜନ୍ତୁମାନେ ଗାଁ ମୁହାଁ ହେଉଛନ୍ତି।

Comments are closed.