କୂଅରେ ଖସିଗଲେ ବୃଦ୍ଧା ମାଆ ; ଡେଇଁଲା ପୁଅ

ଉଭୟ ସୁରକ୍ଷିତ ଉଦ୍ଧାର

ନୂଆପଡା : କୂଅରୁ ଉଦ୍ଧାର ହେଲେ ବୃଦ୍ଧା ମାଆ ଓ ପୁଅ। ଏଭଳି ଏକ ଘଟଣା ଘଟିଛି ନୂଆପଡା ଜିଲା ଅନ୍ତର୍ଗତ କୋମନା ବଙ୍ଗଲାପଡାରେ। କୋମନା ଅଗ୍ନିଶମ କର୍ମଚାରୀ ପହଞ୍ଚି କୂଅରୁ ମାଆ ଓ ପୁଅଙ୍କୁ ଉଦ୍ଧାର କରିଛନ୍ତି। ଏହାସହ ଉଭୟ ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି।
ସୂଚନା ଯୋଗ୍ୟ, ସକାଳେ କୂଅ କଡରେ ବସିଥିବା ସମୟରେ ଉକ୍ତ ୬୬ ବର୍ଷୀୟା ବୃଦ୍ଧା କୂଅକୁ ଖସିପଡିଥିଲେ। ମାଆ କୂଅରେ ପଡିବା ଦେଖି ପୁଅ ମଧ୍ୟ ୨୦ ଫୁଟ ଗଭୀର କୂଅକୁ ଡେଇଁ ପଡିଥିଲେ। ଦୀର୍ଘ ୩୦ ମିନିଟ କୂଅ ମଧ୍ୟରେ ରହିଥିଲେ ମାଆ ଓ ପୁଅ। ଉଭୟ କୂଅରେ ଫସିରହିଥିବା ବେଳେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ।

Comments are closed.