‘ପିସି’ କାରବାର ଭିଡିଓ ଭାଇରାଲ ଘଟଣା, ଦୁଇ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ନୂଆପଡ଼ା: ନୂଆପଡ଼ା ଜିଲା ସିନାପାଲି ବ୍ଲକର ଦୁଇଜଣ କନିଷ୍ଠ ଯନ୍ତ୍ରୀ ପରଷ୍ପର ମଧ୍ୟରେ ‘ପିସି’ କାରବାରକୁ ନେଇ କରୁଥିବା ଅଲୋଚନାର ଭିଡିଓ ଭାଇରାଲ ହେବା ଘଟଣାରେ ଆଜି ଜିଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ କନଷ୍ଠ ଯନ୍ତ୍ରୀ ନାରାୟଣ ସାହୁ ଓ ଉପେନ୍ଦ୍ର ତିଆଡ଼ିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ଦୁଇଜଣଙ୍କୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ହାଜିରା ଦେବାକୁ ନିର୍ଦେଶ ଦିଆଯାଇଛି। ଏହା ସହ ଜିଲାର ସମସ୍ତ ବ୍ଲକରେ କୋଣସି ପ୍ରକାର ନଗଦ କାରବାର ଉପରେ ମଧ୍ୟ ଜିଲାପାଳ ପ୍ରତିବନ୍ଧକ ଲଗାଇଛନ୍ତି।

 

ଏଣିକି ବ୍ଲକର କନିଷ୍ଠ ଯନ୍ତ୍ରୀମାନଙ୍କ ନାମରେ କାର୍ଯ୍ୟାଦେଶ ଥିଲେ ମଧ୍ୟ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଟଙ୍କା ଦେଣନେଣ କରାଯିବ ନାହିଁ ବୋଲି ଉକ୍ତ ନିର୍ଦେଶନାମାରେ ଉଲ୍ଲେଖ କରାଯାଇଥିବା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶିକା ମଧୁଛନ୍ଦା ସାହୁ ଜଣାଇଛନ୍ତି।

Comments are closed.