ନୂଆପଡାଠାରେ କାର୍ଯ୍ୟକ୍ଷମ ହେଲା କୋଭିଡ଼ ହସ୍ପିଟାଲ

ଭୁବନେଶ୍ୱର : ନୂଆପଡ଼ା ଜିଲାରେ କୋଭିଡ୍‌ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ନୁଆପଡା ଠାରେ କୋଭିଡ଼ ହସ୍ପିଟାଲ ବୁଲି ଦେଖିବା ସହ ଏହାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ଏଠାରେ ୧୬୫ ଟି ଶଯ୍ୟା କୋଭିଡ଼ ଚିକିତ୍ସା ପାଇଁ ଉପଲବ୍ଧ ଥିବାବେଳେ ୫ଟି ଆଇସିୟୁର ବ୍ୟବସ୍ଥା ରହିଛି। କୋଭିଡ଼ ହସ୍ପିଟାଲରେ ଆବଶ୍ୟକ ଭେଣ୍ଟିଲେଟରର ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ଓଡିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକାଙ୍କ ସହ ଆଲୋଚନା କରିଥିବାବେଳେ ଏଠାରେ କୋଭିଡ଼ର ଉପଯୁକ୍ତ ଚିକିତ୍ସା ପାଇଁ ମେଡିକାଲ କଲେଜରୁ ସ୍ୱତନ୍ତ୍ର ଡାକ୍ତର ଦଳ ପଠାଇବାକୁ ଡ଼ିଏମଇଟିଙ୍କୁ ନିର୍ଦେଶ ଦେଇଥିଲେ। ପରେ ମନ୍ତ୍ରୀ ଶ୍ରୀ ଦାସ ଖରିଆର ଠାରେ ନବ ନିର୍ମିତ ମାତୃ ଓ ଶିଶୁ ହସ୍ପିଟାଲ କାର୍ୟ୍ୟକ୍ଷମ ଅବସରରେ ଯୋଗ ଦେଇଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ୫ କୋଟି ୮୦ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ଏମସିଏଚରେ ୩୦ଟି ଶଯ୍ୟା ରହିଛି। ଏହି ହସ୍ପିଟାଲ ପ୍ରତିଷ୍ଠା ଫଳରେ ନୂଆପଡା ଜିଲ୍ଲା ଓ ଅଖ ପାଖ ଅଂଚଳର ମାତୃ ଓ ଶିଶୁଙ୍କ ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇପାରିବ।

Comments are closed.