ପୁଅର ଠେଙ୍ଗା ମାଡ଼ରେ ବାପା ମୃତ, ଅଭିଯୁକ୍ତ ପୁଅ ଗିରଫ

ନୂଆପଡା : ଘରୋଇ କଳିକୁ କେନ୍ଦ୍ର କରି ଏକ ଠେଙ୍ଗାରେ ପୁଅ ବାପାକୁ ପିଟି ଦେବାରୁ ଘଟଣାସ୍ଥଳରେ ବାପାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ନୂଆପଡା ସଦର ବ୍ଲକ ଧରମବନ୍ଧା ଥାନା ଅନ୍ତର୍ଗତ କରଚୁଲ ଗ୍ରାମର ପ୍ରେମଲାଲ ଶବର ପ୍ରତିଦିନ ମଦ ପିଇ ଘରେ ଅଶାନ୍ତି ସୃଷ୍ଟି କରୁଥିଲେ। ସିଏ କିଛି କମାଧନ୍ଦା କରୁନଥିବା ବେଳେ ତାଙ୍କ ପତ୍ନୀ ଓ ପୁଅ କାମ କରି ଘର ଚଳାଇଥିଲେ। ତେବେ ଗତ ମଙ୍ଗଳବାର ରାତିରେ ପ୍ରେମଲାଲ ମଦ ପିଇ ଘରେ ପାଟିତୁଣ୍ଡ କରିବାକୁ ପୁଅ ନରେନ୍ଦ୍ର ଏହାକୁ ବିରୋଧ କରିଥିଲେ। ଏ ନେଇ ପ୍ରେମଲାଲ ଏକ ଠେଙ୍ଗାରେ ନରେନ୍ଦ୍ରକୁ ଆକ୍ରମଣ କରିବାକୁ ଉଦ୍ୟମ ହେବାରୁ ନରେନ୍ଦ୍ର ଉକ୍ତ ଠେଙ୍ଗା ଛଡାଇ ତାଙ୍କୁ ପିଟି ଦେଇଥିଲା। ଏଥିରେ ତାଙ୍କ ମୁଣ୍ଡ ଫାଟିଯାଇଥିଲା। ପୁଅ ତାଙ୍କୁ ନେଇ ରାସ୍ତାରେ ଛାଡି ଦେଇଥିଲେ। ତେବେ ପରଦିନ ସକାଳେ ସେ ମରିପଡିଥିବା ଦେଖିବାକୁ ମିଳିଥିଲା। ଏ ନେଇ ପ୍ରେମଲାଲଙ୍କ ଭାଇ ପୁରର୍ବା ଶବର ଧରମବନ୍ଧା ଥାନାରେ ଲିଖିତ ଅଭିଯୋଗ କରିବା ପରେ ନୂଆପଡା ଏସ୍‌ଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ଧରମବନ୍ଧା ଥାଣାଧୀକାରୀ ଦିଲୀପ କୁମାର ଲାକ୍ରା ଏହାର ତଦନ୍ତ କରିଥିଲେ। ଏ ନେଇ ଅଭିଯୁକ୍ତ ପୁଅ ନରେନ୍ଦ୍ରକୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି।

Comments are closed.