ନୋଡାଲ ସଚିବଙ୍କ ନୂଆପଡ଼ା ଗସ୍ତ

ନୂଆପଡା: ନୋଡାଲ ସଚିବ ଶାଶ୍ବତ ମିଶ୍ର ବୁଧବାର ନୂଆପଡା ଜିଲା ପରିଦର୍ଶନ କରିଥିଲେ। ସେ ଶିକ୍ଷାନୁଷ୍ଠାନର ଗୁଣବତ୍ତା, ଭିତ୍ତିଭୂମି ଆଦି ଉପରେ ଗୁରୁତ୍ୱ ଦେଇଛନ୍ତି। ଜିଲାର ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ସେଠାରେ ସେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଉପରେ ଗୁରୁତ୍ୱ ଦେଇଥିଲେ। ଖଡିଆଳ ଜିଲାର କେନ୍ଦ୍ରସ୍ଥଳୀ ହେବାରୁ ବହୁ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ ନେଇ ଇଚ୍ଛା କରୁଥିଲେ ମଧ୍ୟ ଆବଶ୍ୟକ ହଷ୍ଟେଲ ସୁବିଧା ନ  ଥିବାରୁ ସେମାନେ ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଥିବା କଲେଜ ପରିଚାଳନା ସଭାପତି ଦୃଷ୍ଟି ଆକର୍ଷଣ କରିଥିଲେ। ଖୁବ୍‍ ଶୀଘ୍ର ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସଚିବ ମିଶ୍ର କହିଛନ୍ତି।

Comments are closed.