କାନ୍ଥ ଭୁଶୁଡ଼ି ପଡି ମା’ ମୃତ ଓ ଝିଅ ଗୁରୁତର

0

ନୂଆପଡ଼ା : କାନ୍ଥ ଭୁଶୁଡ଼ି ପଡି ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏହି ଅଭାବନୀୟ ଘଟଣା ନୂଆପଡ଼ା ଜିଲ୍ଲା ଲଖନା ସଦର ଗ୍ରାମରେ ଘଟିଛି। ଶନିବାର ରାତିରେ ଘରେ ମା’ ଓ ଝିଅ ଶୋଇଥିବା ବେଳେ ହଠାତ୍ କାନ୍ଥଟି ଭୁଶୁଡି ପଡିଥିଲା। ଫଳରେ ଘଟଣାସ୍ଥଳରେ ମା’ ର ମୃତ୍ୟୁ ଘଟିଛି ଓ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ପରିବାରର ଅନ୍ୟ ଦୁଇ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Leave A Reply