ବଲାଙ୍ଗିର ଜିଲା ୮୪ ଘର ଅଘରିଆ ସମାଜ ତରଫରୁ ନୂଆଁଖାଇ ଭେଟଘାଟ୍‍  

0

ବଲାଙ୍ଗିର : ସ୍ଥାନୀୟ ଟାଉନ ହଲ୍‍ ଠାରେ ବଲାଙ୍ଗିର ଜିଲା ୮୪ ଘର ଅଘରିଆ ସମାଜ ତରଫରୁ  ଆଡମ୍ବର ସହ ୨୦୧୯ ମସିହାର ନୂଆଁଖାଇ ଭେଟ୍‍ଘାଟ୍‍ ପାଳିତ ହୋଇଯାଇଛି। ପ୍ରକୃତି ବନ୍ଧୁ ଶିକ୍ଷକ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଦିଗାମ୍ବର ନାଏକଙ୍କ ଆବାହକତ୍ୱରେ ଏକ ସଭାର ଆୟୋଜନ ହୋଇଥିଲା। ସଭାପତି ହରିଶଙ୍କର ସାଏଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲୀପ କୁମାର ପଟେଲ, ମୁଖ୍ୟବକ୍ତା ଭାବେ ଉପଦୁର୍ଗପତି ଏସଆଇଏସ, ଭୁବନେଶ୍ୱର, ନରେଶ କୁମାର ପଟେଲ ଓ ସମ୍ମାନିତ ଅତିଥି ଭାବେ ପାଟଣାଗଡ ଏସଡିପିଓ ସୁରେଶ କୁମାର ନାଏକ ଯୋଗଦେଇଥିଲେ। ବଲାଙ୍ଗିର ଗୁଡି ସଭାପତି ମନୋରଞ୍ଜନ ସାଏ, କେନ୍ଦ୍ର ଉପସଭାପତି ଷଢାନନ ରାଉତ୍‍ ମଞ୍ଚାସୀନ ଥିଲେ। ସମସ୍ତ ଅତିଥି ପ୍ରଥମେ ପ୍ରଭୁ ଜଗନ୍ନାଥ ଓ ମାଁ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପୂଜାର୍ଚ୍ଚନା କରିଥିଲେ। ସମସ୍ତଙ୍କୁ ମିତା ରାଉତ୍‍ ମହିଳା ମଞ୍ଚ ସଭାନେତ୍ରୀ ନବାନ୍ନ (ନୂଆଁଧାନ କୁଁଢା) ବଣ୍ଟନ କରିଥିଲେ। ଏହି ଅବସରରେ କେନ୍ଦ୍ର କମିଟି ତରଫରୁ ସ୍ୱର୍ଗତ ଦୁର୍ଗା ପ୍ରସାଦ ସାଏଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। ସମାଜସେବା ପାଇଁ ଲିଲି ପଟେଲ ଓ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଜିତ କୁମାର ସାଏଙ୍କୁ ସମ୍ମାନିତ କରାଯାଇଥିଲା। ବଲାଙ୍ଗିର ଗୁଡି ତରଫରୁ ୩ ଜଣ ଦିବଙ୍ଗତ ୰ପ୍ରସନ୍ନ ରାଉତ୍‍, ୰ ସିଦ୍ଧେଶ୍ବର ସାଏ ଓ ୰ ମହାଦେବ ସାଏଙ୍କୁ ମରଣୋତ୍ତର ସମ୍ମାନ ଦିଆଯାଇଥିଲା। ସଭାର ବିବରଣୀ ପାଠ କରିଥିଲେ ସହ ଆବାହକ ଜୟକୃଷ୍ଣ ନାଏକ ଓ ଧନ୍ୟବାଦ ଦେଇଥିଲେ ନିଲମଣୀ ପଟେଲ। ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ବାଦ୍ୟଯନ୍ତ୍ରରେ ବାଳକୃଷ୍ଣ ପଟେଲ, ସୁବିନ୍ଦ୍ର ପଟେଲ, ଚୈତନ୍ୟ ପଟେଲ, ଭକ୍ତ ପଟେଲ, ଦୁଷ୍ମନ୍ତ ପଟେଲ ସହଯୋଗ କରିଥିଲେ। ଲର୍କିପାଲି, ଫଟକରା ଓ ବଲାଙ୍ଗିର ଗୁଡିର ସଭ୍ୟମାନେ ଖାଦ୍ୟ ପରିବେଷଣ କରିଥିଲେ। ୧୮ ଗୁଡି ସଭାପତି, ୧୧ ଜଣ ଉପଦେଷ୍ଟା, ୪ ଜଣ ମଣ୍ଡଳ ସଭାପତି, ଗ୍ରାମ୍ୟ ଓ ଗୁଡି କର୍ମକର୍ତ୍ତା, ମହିଳା ମଞ୍ଚ, ଯୁବା ମଞ୍ଚ ଓ କୃଷକ ମଞ୍ଚର ସଭ୍ୟ ସଭ୍ୟାଙ୍କ ସାହାଯ୍ୟ ସହଯୋଗରେ କାର୍ଯ୍ୟକ୍ରମଟି ଆୟୋଜନ ହୋଇଥିଲା। ଉକ୍ତ ଉତ୍ସବରେ ୫ହଜାରୁ ଊର୍ଦ୍ଧ୍ବ ଜାତି ଭାଇ ବନ୍ଧୁ ଯୋଗ ଦେଇଥିଲେ। , ସୁରେନ୍ଦ୍ର ପଟେଲ, ଆଶିଷ କୁମାର ନାଏକ, ସୁରଥ ନାଏକ, ସୁମନ୍ତ ରାଉତ, ଗୋବିନ୍ଦ ପଟେଲ ଓ ବାଳକୃଷ୍ଣ ପଟେଲ ତଥା ଅନେକ ଶୁଭେଚ୍ଛୁ ଓ ଯୁବବନ୍ଧୁ ସହଯୋଗ କରିଥିଲେ।।

Leave A Reply