ଦୟା ନଦୀ ନୂଆଗାଁ ପୋଲ: ଦୁଇ ଦିନରେ ଡେଇଁଲେ ୨ ଯୁବକ

ଭୁବନେଶ୍ବର: ଦୁଇ ଦିନରେ ୨ଜଣ ଯୁବକ ଦୟା ନଦୀ ନୂଆଗାଁ ପୋଲ ଉପରୁ ଡେଇଁ ପଡ଼ିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇ ଯୁବକ ଦ୍ବୟଙ୍କୁ ଠାବ କରିବା ପାଇଁ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲେ ମଧ୍ୟ ସେମାନଙ୍କ କୌଣସି ପତ୍ତା ମିଳିନଥିବା ସୂଚନା ମିଳିଛି।
ଆଜି ନୂଆଗାଁ ନିକଟର ଦୟା ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ ପୋଲ ଉପରେ ଗାଡ଼ି ରଖି ନଦୀକୁ ଡେଇଁ ପଡ଼ିଛନ୍ତି। ତାଙ୍କ ଗାଡ଼ି ଡିକି ଭିତରୁ ଏକ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ମିଳିଛି। କପିଳ ପ୍ରସାଦର ମଧୁସୂଦନ ଖୁଣ୍ଟିଆ ନାମରେ ରହିଛି ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ରହିଛି। ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର ଖୋଜାଖୋଜି ଚାଲିଛି। ଗତକାଲି ଦୟା ନଦୀ ପୋଲ ଉପରୁ ଜଣେ ଯୁବକ ଡେଇଁ ପଡ଼ିଥିଲେ। ତାଙ୍କୁ ମଧ୍ୟ ଅଗ୍ନିଶମ ବାହିନୀ ସେଠାରେ ଖୋଜାଖୋଜି ଜାରି ରଖିଛି। ଗତକାଲି ଡେଇଁଥିବା ଯୁବକଙ୍କ ଏ ପର୍ଯ୍ୟନ୍ତ ପତ୍ତା ମିଳିନଥିବା ଜଣାପଡ଼ିଛି।

Comments are closed.