ନୁଆଁଖାଇ ଛୁଟି ପାଇଁ ସାଂସ୍କୃତିକ ସମାଜର କୃତଜ୍ଞତା

ସମ୍ବଲପୁର  – ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ବିଗତ ଦିନରେ ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ପାଳନ ନିମନ୍ତେ ୨ ଦିନ ଛୁଟି ଦାବି କରାଯାଇଥିବା ବେଳେ ତାକୁ ରାଜ୍ୟ ସରକାର ଙ୍କ ତରଫରୁ ଗ୍ରହଣ କରାଯାଇଛି । ଏଣୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ପତ୍ର ସଂଖ୍ୟା ୭୭୪୪/୩୦.୦୮.୨୦୨୨ ଅନୁଯାୟୀ ନୁଆଁଖାଇର ପରଦିନ ଛୁଟି ଘୋଷଣା କରାଯାଇଥିବାରୁ ପଶ୍ଚିମ ଓଡିଶାବାସୀ ଏବଂ ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ସରକାର ଏବଂ ରାଜସ୍ୱ କମିଶନରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ସାଂସ୍କୃତିକ ସମାଜ ପକ୍ଷରୁ ନୁଆଁଖାଇ ପର ଦିନ ସରକାରୀ ଛୁଟି ଘୋଷଣା ନିମନ୍ତେ ଦୀର୍ଘ ବର୍ଷ ହେବ ଦାବି କରାଯାଇ ଆସୁଥିବା ବେଳେ ଗତ ୨୯ ତାରିଖରେ ସାଂସ୍କୃତିକ ସମାଜର ସଭାପତି ଅଶୋକ କୁମାର ମିଶ୍ରଙ୍କ ନେତୃତ୍ୱରେ ସଦସ୍ୟ ମାନେ ଆରଡିସି ଙ୍କୁ ସାକ୍ଷାତକାର କରି ଦାବିପତ୍ର ପ୍ରଦାନ କରିଥିଲେ ବୋଲି ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ପ୍ରେସ ବିବୃତି ଜରିଆରେ ଜଣାଇଛନ୍ତି ।

Comments are closed.