ଜେଇଇ ମେନ୍‍ ବର୍ଷକୁ ଦୁଇଥର; ପରୀକ୍ଷା କାର୍ଯ୍ୟସୂଚୀ ଘୋଷଣା କଲା ଏନ୍‍ଟିଏ

0

ନୂଆଦିଲ୍ଲୀ : ୟୁଜିସି ନେଟ୍‍, ଜେଇଇ ମେନ୍‍ -୧ ଓ ଜେଇଇ ମେନ୍‍ -୨, ନିଟ୍‍ ୟୁଜି, ସିମାଟ୍‍ ଓ ଜିପିଏଟି ଆଦି ପ୍ରତିଯୋଗୀତାମୂଳକ ପରୀକ୍ଷାଗୁଡ଼ିକ ପାଇଁ ଜାତୀୟ ପରୀକ୍ଷା ସଂସ୍ଥା ଏନ୍‍ଟିଏ ପଞ୍ଜୀକରଣ ଓ ପରୀକ୍ଷା କାର୍ଯ୍ୟସୂଚୀ ନେଇ ତାରିଖ ଘୋଷଣା କରିଛି। ତେବେ ଜେଇଇ ମେନ୍‍ ବର୍ଷକୁ ଦୁଇଥର ଏବଂ ନିଟ୍‍ ବର୍ଷକୁ ଥରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ନିଟ୍‍ ୟୁଜି ପରୀକ୍ଷା ଅଫ୍‍ ଲାଇନରେ ହେବ ବୋଲି ଜଣାପଡିଛି।
ସମଗ୍ର ଦେଶର ଇଞ୍ଜିନିୟରିଂ କଲେଜ୍‍ଗୁଡ଼ିକ ପାଇଁ ଜେଇଇ ମେନ୍‍ ପରୀକ୍ଷା ଆସନ୍ତା ବର୍ଷ ଜାନୁଆରୀ ୩୧ ଓ ଏପ୍ରିଲ୍‍ ୩୦ ତାରିଖରେ ଅନୁଷ୍ଠିତ ହେବ। ନିଟ୍‍ ୟୁଜି ପରୀକ୍ଷା ଆସନ୍ତା ବର୍ଷ ଫେବୃୟାରୀ ଓ ମେ’ ମାସରେ କରାଯିବ। ୟୁଜସି ନେଟ୍‍ ଚଳିତ ବର୍ଷ ଡିସେମ୍ବର ୯ ଓ ୨୩ ତାରିଖରେ ଅନୁଷ୍ଠିତ ହେବ ଏବଂ ସିମାଟ୍‍ ଓ ଜିପିଏଟି ପରୀକ୍ଷା ଆସନ୍ତା ବର୍ଷ ଜାନୁଆରୀ ମାସ ୨୮ତାରିଖରେ କରିବାକୁ  ଏନ୍‍ଟିଏ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା ହୋଇଛି।

Leave A Reply