ଅନଲାଇନ ପରୀକ୍ଷା ଦାବିରେ ଏନ୍ଏସୟୁଆଇ ଛାତ୍ରଙ୍କ ଧାରଣା ଓ ବିକ୍ଷୋଭ

ରେଙ୍ଗାଲି କ୍ୟାମ୍ପ : ବର୍ତ୍ତମାନ କରୋନାର ଦ୍ଵିତୀୟ ଲହର ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଯୁକ୍ତ ତିନି ତୃତୀୟ ସେମିଷ୍ଟାର ପରୀକ୍ଷା  ଅଫଲାଇନ୍ ବଦଳରେ ଅନଲାଇନ ପରୀକ୍ଷା କରିବାକୁ ଏନ୍ଏସୟୁଆଇ ର ଛାତ୍ରମାନେ ଆଜି ଅତାବିରାରେ ଧାରଣାରେ ବସିଥିଲେ। ଏହି ଛାତ୍ର ସଂଘ ଜିଲ୍ଲାର ପ୍ରତ୍ୟେକ ବ୍ଲକ ମାନଙ୍କରେ ଧାରଣ ଦେଇ ସରକାରଙ୍କୁ ଚେତାବନୀ ଦେଉଛନ୍ତି ଯେ  ଯଦି ଅଫ୍ ଲାଇନ୍ ପରୀକ୍ଷାକୁ ବନ୍ଦ କରା ନ ଯାଏ। ତେବେ ଛାତ୍ର ଆନ୍ଦୋଳନ ତୀବ୍ରତର ହେବ। ଆଜି ଲରମ୍ଭା, ଅତାବିରା, ପାହାର୍ଶ୍ରିଗୀଡା, ଗୋଡଭଗା, ରେମୁଣ୍ଡା ଆଦି ମହାବିଦ୍ୟାଳୟର ଛାତ୍ରମାନେ ପ୍ଲାକାର୍ଡ ଧରି ଅତାବିରା ବୀର ସୁରେନ୍ଦ୍ର ସାଏ ପର୍ତିମୂର୍ତ୍ତି ତଳେ ଧାରଣା ଦେବା ସହ ଜାତୀୟ ରାଜପଥକୁ ମଧ୍ୟ ଓହ୍ଲାଇ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ବ୍ୟତୀତ ବିଭିନ୍ନ କଲେଜ ମାନଙ୍କରେ କରାଯାଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅନ୍ୟତ୍ର  ସ୍ଥାନାନ୍ତର କରିବା ପାଇଁ ଦାବି କରିଥିଲେ । ଛାତ୍ର ନେତା ଗୌରବ ପତି ଆଜାଦଙ୍କ ନେତୃତ୍ୱରେ ଚାଲିଥିବା ଏହି ଧାରଣାରେ ରତିଶ ମିଶ୍ର,ସୁମ୍ୟକନ୍ତ ଦାଶ,ନିକୁ ପଧାନ,ନିଖିଲ ପଧକ୍ଷନ,ଅଭିଷେକ ନାଏକ, ପିକୁନ୍ ନାଏକ, ରାଜକିଶୋର କର ,ସଂସ୍କାର ସାହୁ,ଦିନେଶ ବେହେରା,ରାକେଶ ସାହୁ,ଏକଲବ୍ୟ ସଠୁଆ ବାବୁଲ ଭୁଏ ପ୍ରମୁଖ ଶତାଧିକ ଛାତ୍ର ଧାରଣାରେ ସାମିଲ ହୋଇ ଥିଲେ।

Comments are closed.