ବାରଙ୍ଗ ଏନ୍‌ଏସ୍‌ଟିଆଇରୁ ନୂଆ ଧର୍ମପଦ ସୃଷ୍ଟି ହେବେ : ଧର୍ମେନ୍ଦ୍ର

0

ଭୁବନେଶ୍ୱର/ନରାଜ :ଓଡିଶାର ପିଲାମାନଙ୍କୁ ପ୍ରଶିକ୍ଷିତ କରି ରୋଜଗାରକ୍ଷମ କରାଇ ତାଙ୍କୁ ସ୍ୱାଭିମାନର ସହ ବଞ୍ଚିବାର ରାସ୍ତା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରତିଷ୍ଠା ହେବାକୁ ଯାଉଛି ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ (ଏନଏସଟିଆଇ) ା ଖଣିଜ ଓ ଜଳସମ୍ପଦରେ ଭରପୂର ଓଡ଼ିଶାରେ ଉର୍ବର ମାଟି ରହିଛି। ରାଜ୍ୟର ପରିଶ୍ରମୀ ଓ ବୁଦ୍ଧିିମତ୍ତା ଯୁବକ କିପରି ନିଜର ଅଧିକାର ସହ ବଞ୍ଚିବେ ତା’ର ସୂତ୍ର ଏହି ଏନଏସଟିଆଇରୁ ବାହାରିବ ବୋଲି କେନ୍ଦ୍ର ​‌େ​‌ପଟ୍ରୋଲିୟମ୍‌ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଆଜି କଟକ ଜିଲା ବାରଙ୍ଗଠାରେ ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଶ୍ରୀ ପ୍ରଧାନ ା ଏହି ଅବସରରେ ଆୟୋଜିତ ଉତ୍ସବରେ ସମ୍ବୋଧିତ କରି ସେ କହିଲେ, ଏକବିଂଶ ଶତାବ୍ଦୀରେ ଆସିବାକୁ ଥିବା ଆହ୍ବାନକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଏଭଳି ଏକ ଅତ୍ୟାଧୁନିକ ପ୍ରତିଷ୍ଠାନ ଓଡିଶାରେ ଆରମ୍ଭ କରାଯାଉଛି। ଏହାଦ୍ୱାରା ଯେଉଁ ଶିକ୍ଷକମାନେ ଆଇଟିଆଇ ସହ ଅନ୍ୟାନ୍ୟ ଦକ୍ଷତା ପାଠ୍ୟକ୍ରମରେ ଶିକ୍ଷାଦାନ କରୁଛନ୍ତି ସେମାନଙ୍କୁ ଏଠାରେ ତାଲିମ ଦିଆଯିବ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ବାରଙ୍ଗରେ ଯେଉଁ ଗୁରୁକୁଳ (ଏନ୍‌ଏସ୍‌ଟିଆଇ)ର ଶିଳାନ୍ୟାସ କରାଗଲା ଏଠାରୁ ବିଶୁ ମହାରଣା ଓ ଧର୍ମପଦମାନେ ବାହାରିବେ ା ସେମାନେ ଆମ ଅଞ୍ଚଳ ପାଇଁ ବୈଭବ ଆଣିଦେବେ। ଭାରତ ସରକାରଙ୍କ ପକ୍ଷରୁ ସ୍ୱଳ୍ପକାଳୀନ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଉଛି। ଏହାଦ୍ୱାରା ଓଡିଆ ପିଲାମାନେ ଉପକୃତ ହେବେ। କାହାର ଦାନ, ଦକ୍ଷିଣା ନୁହେଁ ନିଜର ଦକ୍ଷତା ଓ ରୋଜଗାର ଆଧାରରେ ଓଡିଆ ପିଲା ସମ୍ମାନର ସହ ବଞ୍ଚି​‌େ​‌ବ । ଓଡିଆ ପିଲାମାନଙ୍କୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଏହି ଅନୁଷ୍ଠାନ ସହାୟକ ହେବ। ବାରଙ୍ଗରୁ ବିଶ୍ୱବଜାରକୁ କୁଶଳୀ ବ୍ୟକ୍ତିମାନଙ୍କୁ ପଠାଇବାରେ ଏନ୍‌ଏସ୍‌ଟିଆଇ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବାରଙ୍ଗରେ ୧୬୦ କୋଟି ଟଙ୍କା ବ୍ୟୟରେ ୫ ଏକର ଜମିରେ ଏନ୍‌ଏସ୍‌ଟିଆଇର ନିର୍ମାଣ କରାଯି ା ଏଠାରେ ତାଲିମ ମହାନିର୍ଦେଶାଳୟ ଅଧୀନରେ କାର୍ୟ୍ୟରତ ଏନ୍‌ଏସ୍‌ଟିଆଇର ପ୍ରଶିକ୍ଷକଙ୍କ ନିମନ୍ତେ ପ୍ରଶିକ୍ଷଣ (ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ), ରିଫ୍ରେସର ତାଲିମ (ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ), ପୁନଃ ଦକ୍ଷତା/ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ, ସାର୍ଟିଫିକେଟ ପାଠ୍ୟକ୍ରମ ଓ ସାଧାରଣ ସୁବିଧା କେନ୍ଦ୍ର ଆଦି ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯିବ। ଏଠାରେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ନିମନ୍ତେ ଉନ୍ନତମାନର ହଷ୍ଟେଲ ସହ ପରୀକ୍ଷାଗାର ରହିବ। ଅନୁଷ୍ଠାନରେ ପାଠପଢା ଶୀଘ୍ର ଆରମ୍ଭ କରିବା ନିମନ୍ତେ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ଓ ଏନ୍‌ଏସ୍‌ଟିଆଇ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ, ଭୁବନେଶ୍ବର ମଞ୍ଚେଶ୍ୱରଠାରେ ଥିବା ଏନ୍ଏସ୍ଆଇସିର କ୍ୟାମ୍ପସ ଏନ୍‌ଏସ୍‌ଟିଆଇର ଅସ୍ଥାୟୀ କ୍ୟାମ୍ପସ ରୂପେ କାର୍ୟ୍ୟ କରିବ। ଏନ୍‌ଏସ୍‌ଟିଆଇରେ ଛାତ୍ରଛାତ୍ରୀଙ୍କୁ ବିଜନେସ୍ ୱାନ୍ ଏଣ୍ଟରପ୍ରାଇଜ୍ ସଫ୍ଟୱେର ଉପରେ ଏସଏପି ତାଲିମ ପ୍ରଦାନ କରିବ। ଏଠାରେ ଆଇଟି ନେଟୱର୍କିଂ ଏବଂ କ୍ଲାଉଡ କମ୍ପ୍ୟୁଟିଂରେ ଆଡଭାନ୍ସଡ ଡିପ୍ଲୋମା ପାଠ୍ୟକ୍ରମ ନିମନ୍ତେ ଆଇବିଏମ ସହାୟତାର ହାତ ବଢାଇଛି ା ନାସକମ୍ ଇଣ୍ଟରନେଟ୍ ସମ୍ବନ୍ଧୀୟ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ସହାୟତା ଦେବ। ଆଗାମୀ ଦିନରେ ଏଠାରେ ଶିଳ୍ପ କ୍ଷେତ୍ରର ଚାହିଦା ପୂରଣ ନିମନ୍ତେ ଅତ୍ୟାଧୁନିକ ପାଠ୍ୟକ୍ରମ, କୃଷି, ସ୍ମାର୍ଟ ସିଟି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଇଣ୍ଟରନେଟ୍‌ରେ୍ ବ୍ୟବହାର, ମେକାଟ୍ରୋନିକ୍ସ ଓ ମୋବାଇଲ ରିପେୟାରିଂ କ୍ଷେତ୍ରରେ ତାଲିମ ପ୍ରଦାନ ଆଦି ଏହି ପ୍ରଶିକ୍ଷଣ ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ ରହିବ।
କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଏସ୍‌ଏମ୍‌ଇ ସଚିବ ଡ. କେ.ପି. କ୍ରିଷ୍ଣନ୍‌ ଏବଂ ଏମ୍ଏସ୍‌ଡିଇର ଯୁଗ୍ମ ସଚିବ ରାଜେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply