ଏନଏସଜିର ୩୭ତମ ପ୍ରତିଷ୍ଠା ଦିବସ : ସୁରକ୍ଷା ବଳ ସଦସ୍ୟଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ :  ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ଼ (ଏନଏସଜି)ର ୩୭ ତମ ପ୍ରତିଷ୍ଠା ଦିବସ ଅବସରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏକ ଟ୍ୱିଟ୍ କରି ସୁରକ୍ଷା ବଳର ସଦସ୍ୟ, ପୂର୍ବତନ ସଦସ୍ୟ ଏବଂ ସେମାନଙ୍କର ପରିଜନ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । କୌଣସି ଆହ୍ୱାନ ବିରୋଧରେ ସୁରକ୍ଷା ବଳର ଅଦମ୍ୟ ସାହସ ଏବଂ କୌଶଳକୁ ସେ ପ୍ରଶଂସା କରିବା ସହ ଆତଙ୍କବାଦୀଙ୍କ ଲକ୍ଷ୍ୟକୁ ବିଫଳ କରିବାରେ ଆପଣ ମାନଙ୍କର ଭୂମିକା ଦେଶ ପାଇଁ ଗୌରବ ବୋଲି ସେ ଉଲ୍ଲେଖ କରିଛନ୍ତି।

 

Comments are closed.