ପ୍ରଥମ ପ୍ରଚେଷ୍ଟାରେ ଏଭରେଷ୍ଟ ଆରୋହଣ କଲେ ଏନ୍‍ଏସ୍‍ଜି କମାଣ୍ଡୋ

ନୂଆଦିଲ୍ଲୀ : ଏନ୍‍ଏସ୍‍ଜି କମାଣ୍ଡୋମାନେ ସେମାନଙ୍କର ପ୍ରଥମ ପ୍ରଚେଷ୍ଟାରେ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟକୁ ଆରୋହଣ କରିଛନ୍ତି। ଏକ ବିବୃତ୍ତିରେଏନ୍‍ଏସ୍‍ଜି ପକ୍ଷରୁ କୁହାଯାଇଛି, ଲେଫ୍ଟନାଣ୍ଟ କର୍ଣ୍ଣେଲ୍‍ ଜେ.ପି. କୁମାରଙ୍କ ନେତୃତ୍ୱରେ ଏକ ସାତଜଣିଆ ଟିମ୍‍ ବୁଧବାର ସକାଳ ୭ଟାରେ ୮ ହଜାର ୮୪୮ ମିଟର ଉଚ୍ଚତା ବିଶିଷ୍ଟ ଏଭରେଷ୍ଟ ଶୃଙ୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।
ଏନ୍‍ଏସ୍‍ଜି ମହା  ନିର୍ଦେଶକ ‌ ସୁଦୀପ୍‍ ଲଖଟକିଆ ଏହି ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଏଭରେଷ୍ଟ ଶୃଙ୍ଗ ଆରୋହଣ କରିବାକୁ ହେଲେ ଏଥିପାଇଁ କଠୋର ପରିଶ୍ରମ, ଦୃଢ଼ତା, ଅଧ୍ୟବସାୟ, ସାହସ ଓ ଅତ୍ୟନ୍ତ ଖରାପ ପରିସ୍ଥିତିରେ ବଞ୍ଚିରହିବାର ଦକ୍ଷତା ଅପରିହାର୍ଯ୍ୟ।

Comments are closed.