ଏନଏସସିବିରେ ସ୍ୱଚ୍ଛତା ଅଭିଯାନ

ସମ୍ବଲପୁର, – ସମ୍ବଲପୁରର ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଏବଂ ସ୍ୱତନ୍ତ୍ର ଶିବିର ପକ୍ଷରୁ ଅଧ୍ୟକ୍ଷ ଦୁର୍ଲଭ କୁମାର ସା ଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି । ଏନଏସଏସ ଅଧିକାରୀ ଡ. ବିଶ୍ୱ ମୋହନ ଜେନା ଙ୍କ ତତ୍ୱାବଧାନ ଏବଂ ଏନଏସଏସ କାର୍ଯ୍ୟକ୍ରମ ଅଧିକାରିଣୀ ମିଲି ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ମହାନଗର ନିଗମ କର୍ମଚାରୀଙ୍କ ସହିତ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ମାନେ ଶ୍ରମଦାନ କରି ମହାବିଦ୍ୟାଳୟ ପରିସର ସଫେଇ କାର୍ଯ୍ୟ କରିଛନ୍ତି । ଏଥି ସହ ଏନଏସଏସ ପକ୍ଷରୁ ଆୟୋଜିତ ହେଉଥିବା ୭ ଦିନିଆ ସ୍ୱତନ୍ତ୍ର ଶିବିର ଅର୍ନ୍ତଗତ ୪ର୍ଥ ଦିବସରେ ‘ତମ୍ବାଖୁ ଓ ମଦ ବର୍ଜନ’ ସଚେତନତା ରାଲି କରାଯାଇଥିଲା । ଏହା ପରେ ଯୁବଶକ୍ତି ଏବଂ ରାଷ୍ଟ୍ରଗଠନ ବିଷୟବସ୍ତୁ ଉପରେ ଏକ ତର୍କ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ସୂଚନାଯୋଗ୍ୟ ଯେ, ଏନଏସଏସ ପକ୍ଷରୁ ପୋଷ୍ୟ ଗ୍ରାମ ରୂପେ ଚାନ୍ଦମୁଣ୍ଡା ଗ୍ରାମକୁ ନିଆଯାଇଥିବା ବେଳେ ୟୁପି ବିଦ୍ୟାଳୟ ଠାରେ ୭ ଦିନ ବ୍ୟାପି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଉପଲକ୍ଷେ ବିଭିନ୍ନ ସେବା ଓ ସଚେତନତା କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ ହେଉଛି ।

Comments are closed.