ଏନଆରସିରୁ ବାଦ୍‍ ପଡ଼ିଥିଲେ ମଧ୍ୟ ଭୋଟ ଅଧିକାର ମିଳିବ: ନିର୍ବାଚନ ଆୟୋଗ

0

ନୂଆଦିଲ୍ଳୀ: ଆସାମ ଜାତୀୟ ନାଗରିକ ପଞ୍ଜିକରଣ(ଏନ୍‍ଆରସି) ତାଲିକା ପ୍ରକାଶ ପାଇବା ପରେ ଭୋଟ ଦାନ ଅଧିକାରକୁ ନେଇ ବିବାଦ ସୃଷ୍ଟି ହୋଇଛି। ତାଲିକାରୁ ବାଦ୍‍ ପଡ଼ିଥିବା ୪୦ ଲକ୍ଷ ଲୋକ ଭୋଟ ଦେଇପାରିବେ ନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଛି। କିନ୍ତୁ ଏଭଳି ଆଶଙ୍କାକୁ ନିର୍ବାଚନ ଆୟୋଗ ପକ୍ଷରୁ ଖଣ୍ଡନ କରାଯାଇଛି।
ବୁଧବାର ଦିନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ପି ରାୱତ କହିଛନ୍ତି ଯେ ଆସାମ୍‍ରେ ରହୁଥିବା ଯେଉଁ ବ୍ୟକ୍ତିଙ୍କ ନାମ ଏନ୍‍ଆରସି ଚିଠା ତାଲିିକାରେ ନାହିଁ ସେମାନେ ଭୋଟଦାନ ଅଧିକାରକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ। ୨୦୧୯ ଜାନୁଆରୀରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସାନି ଭୋଟର ତାଲିକା ପ୍ରକାଶ ପାଇବ। ସେହି ତାଲିକାରେ ଯଦି ଜଣେ ବ୍ୟକ୍ତିଙ୍କ ନାମ ଥିବ ତେବେ ଏନ୍‍ଆରସି ତାଲିକାରୁ ବାଦ୍‍ ପଡ଼ିଥିଲେ ମଧ୍ୟ ସେ ଭୋଟ ଦେଇପାରିବେ।

Leave A Reply