ଏନ୍‍ଆରସିରୁ ବାଦ୍‍ ବ୍ୟକ୍ତିଙ୍କୁ ଫେରାଇ ନେବାର ପ୍ରଶ୍ନ ଉଠୁନି: ବାଂଲାଦେଶ

0

ଢାକା: ସଦ୍ୟ ପ୍ରକାଶିତ ଆସାମର ଜାତୀୟ ନାଗରିକ ପଞ୍ଜିକା(ଏନ୍‍ଆରସି) ତାଲିକାରୁ ବାଦ୍‍ ପଡ଼ିଥିବା ବଙ୍ଗଳା ଭାଷାଭାଷୀ ଲୋକଙ୍କୁ ବାଂଲାଦେଶରେ ସ୍ଥାନ ମିଳିବ ନାହିଁ। ସେମାନଙ୍କୁ ବାଂଲାଦେଶ ସରକାର ନାଗରିକ ଭାବରେ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏ ସମ୍ପର୍କରେ ବାଂଲାଦେଶ ସଂସ୍କୃତି ମନ୍ତ୍ରୀ ଆସାଦୁଜାମନ୍‍ ନୁର କହିଛନ୍ତି ଯେ ଆସାମ୍‍ର ଏନ୍‍ଆରସି ତାଲିକାରୁ ବାଦ୍‍ ପଡ଼ିଥିବା ବ୍ୟକ୍ତିଙ୍କୁ ବାଂଲାଦେଶ ଫେରାଇ ଆଣିବା ପ୍ରଶ୍ନ ଉଠୁନାହିଁ। ଏହା ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତି କିମ୍ବା ପ୍ରସଙ୍ଗ ଅନ୍ତର୍ଭୁକ୍ତ ନୁହେଁ। ତେଣୁ ସେମାନଙ୍କୁ ବାଂଲାଦେଶରେ ଥଇଥାନ ଦାୟିତ୍ୱ ସରକାର ନେବେ ନାହିିଁ। ଆସାମ ଏନ୍‍ଆରସି ତାଲିକାରୁ ପ୍ରାୟ ୪୦ ଲକ୍ଷ ଲୋକ ବାଦ୍‍ ପଡ଼ିଥିବାରୁ ବିବାଦ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ କେନ୍ଦ୍ରର ବିଜେପି ସରକାରଙ୍କ ଏକ ଚାଲ୍‍ ବୋଲି ଅଭିଯୋଗ କରିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମମତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Leave A Reply