ବ୍ୟାଙ୍କ ଏନ୍‍ପିଏ ୧୨% ବଢ଼ିବ: ଆରବିଆଇ

0

ମୁମ୍ବଇ: ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସବୁ ବାଣିଜ୍ୟିକ ବ୍ୟାଙ୍କର ମୋଟ୍‍ ଏନ୍‍ପିଏ(ନନ୍‍ ଫରଫର୍ମିଂ ଆସେଟ୍‍) ୧୨.୨% ବୃଦ୍ଧି ପାଇବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଫାଇନାନ୍ସିଆଲ୍‍ ରିପୋର୍ଟରେ ପ୍ରକାଶ ପାଇଛି। ଅନାଦାୟ ଋଣ, ଦେଶର ସାମ୍ପ୍ରତିକ ସ୍ଥିତି ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ, ଏହି ସମୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କର ଏନ୍‍ପିଏ ୧୭.୩% କୁ ବୃଦ୍ଧି ପାଇବ। ୨୦୧୯ ମାର୍ଚ୍ଚ ସୁଦ୍ଧା ଦେଶର ୧୦ଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କ୍ୟାପିଟାଲ୍‍ ଆଡେକ୍ୱେସି ରେସିଓ ସର୍ବନିମ୍ନ ୯%ରୁ ତଳକୁ ଖସି ପାରେ। ଦେଶର ଅର୍ଥନୈତିକ ସ୍ଥିତି ଟିକିଏ ବିଗିଡ଼ି ଗଲେ ଅନୁପାତ ୧୩.୫%ରୁ ତଳକୁ ଖସିଯାଇପାରେ। ୨୦୧୮ ମାର୍ଚ୍ଚ ସୁଦ୍ଧା ଭାରତର ବ୍ୟାଙ୍କମାନଙ୍କର ସାମଗ୍ରିକ ଏନ୍‍ପିଏ ୧୦ ଲକ୍ଷ କୋଟି ଟଙ୍କା ଟପିଛି।

Leave A Reply