MEllora 950×100

ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ ବର୍ଷ ପଢ଼ିବାକୁ ପଡ଼ିବ:ଦୁଇବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷରେ ସ୍ନାତକ ସାର୍ଟିଫିକେଟ ଦିଆଯିବ

ନୂଆଦିଲ୍ଲୀ: ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ ବର୍ଷ ପଢ଼ିବାକୁ ପଡ଼ିବ। ୪ ବର୍ଷ ପଢ଼ିବା ପରେ ମିଳିବ ସ୍ନାତକରେ ଅନର୍ସ ଡିଗ୍ରୀ। ଜାତୀୟ ଶିକ୍ଷା ନୀତି(ଏନଇପିରେ ରହିଛି ୪ ବର୍ଷିଆ ପାଠ୍ୟକ୍ରମ। ଛାତ୍ରଛାତ୍ରୀମାନେ ଇଚ୍ଛା ଅନୁସାରେ ୩ ବର୍ଷ କିମ୍ବା ୪ ବର୍ଷର ଡିଗ୍ରୀ ପାଠ୍ୟକ୍ରମ ପଢ଼ିବେ। ବର୍ଷକ ପାଠପଢ଼ା ଶେଷରେ ଗୋଟିଏ ପ୍ରମାଣପତ୍ର ମଧ୍ୟ ମିଳିବ। ୪ଟି ସେମିଷ୍ଟାର ଅର୍ଥାତ ୨ ବର୍ଷ ପରେ ଡିପ୍ଲୋମା ସାର୍ଟିଫିକେଟ ପ୍ରଦାନ କରାଯିବ। ୩ବର୍ଷ ତଥା ୬ଟି ସେମିଷ୍ଟାର ଶେଷରେ ସ୍ନାତକ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯିବ। ଅନର୍ସ କିମ୍ବା ରିସର୍ଚ୍ଚ ସହ ଡିଗ୍ରୀ ପାଇଁ ୪ ବର୍ଷ(୮ଟି ସେମିଷ୍ଟାର) ଜରୁରୀ। ଏ ସଂକ୍ରାନ୍ତରେ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ଦିଆଯାଇଛି। ଆସନ୍ତା ସୋମବାର ପ୍ରକାଶ ପାଇପାରେ ବିଜ୍ଞପ୍ତି। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ସଂସ୍କାର ପାଇଁ ପ୍ରସ୍ତାବ ଦିଆଯାଇଛି। ଦୁଇବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷରେ ସ୍ନାତକ ସାର୍ଟିଫିକେଟ ଦିଆଯିବ। ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବାକୁ ପଡିବ । ଏନେଇ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ରଖାଯାଇଛି ।

ଏ ସମ୍ପର୍କରେ ଆସନ୍ତା ସୋମବାର ଦିନ ଆନୁଷ୍ଠାନିକ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇପାରେ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ସଂସ୍କାର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ପରିବର୍ତ୍ତନ ଅଣାଯାଉଛି । ଏହା ଅଧୀନରେ ବିଶ୍ବବିଦ୍ୟାଳୟ ମଞ୍ଜୁରୀ ଆୟୋଗ(ୟୁଜିସି) ଦ୍ୱାରା ୪ ବର୍ଷର ସ୍ନାତକ ପାଠ୍ୟକ୍ରମ ଆରମ୍ଭ କରିବାକୁ ସୋମବାର ଘୋଷଣା କରାଯିବ । ୪ ବର୍ଷର ସ୍ନାତକ ପାଇଁ ସମସ୍ତ ନିୟମ ଏବଂ ନିର୍ଦ୍ଦେଶାବଳୀ ଦିଆଯିବ। ଅନ୍ୟପକ୍ଷରେ ୪ବର୍ଷରେ ଅନର୍ସ ଡିଗ୍ରୀ ସାରିଥିବା ଛାତ୍ରଛାତ୍ରୀମାନ ପାଇଁ ପିଜି ପାଠ୍ୟକ୍ରମ ଏକ ବର୍ଷ ରହିବ ବୋଲି ପ୍ରସ୍ତାବ ରହିଛି । ସୂଚନା ଅନୁଯାୟୀ, ଏହି ପାଠ୍ୟକ୍ରମରେ କ୍ରେଡିଟ୍ ସିଷ୍ଟମ୍ ଲାଗୁ ହେବ, ଆଉ ଏହି ନିୟମ ଆଧାରରେ ୧୬୦ କ୍ରେଡିଟ୍ ସ୍କୋର କରୁଥିବା ଛାତ୍ରଛାତ୍ରୀଙ୍କୁ ଅନର୍ସ ଡିଗ୍ରୀ ପ୍ରଦାନ କରାଯିବ।

Comments are closed.