ଏବେ ସଂସଦ ଟିଭି – ମିଶିଗଲା ରାଜ୍ୟସଭା ଓ ଲୋକସଭା ଟିଭି

ରାଜ୍ୟସଭା ଟେଲିଭିଜନ ଓ ଲୋକସଭା ଟେଲିଭିଜନର ମିଶ୍ରଣ କରାଯାଇଛି। ବର୍ତ୍ତମାନ ଏହା ସଂସଦ ଟେଲିଭିଜନ ନାମରେ ପରିଚିତ ହେବ। ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଫିସର ରବି କାପୁର ସଂସଦ ଟେଲିଭିଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ସଂସଦ ଟେଲିଭିଜନ ଉଭୟ ଲୋକସଭା ଓ ରାଜ୍ୟସଭା କାର୍ଯ୍ୟଧାରାର ସିଧା ପ୍ରସାରଣ କରିବ।

ଏହି କାର୍ଯ୍ୟକ୍ରମଗୁଡ଼ିକ ଦୁଇଟି ଚ୍ୟାନେଲରେ ଉପଲବ୍ଧ ହେବ। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟାନାଇଡୁ ଓ ଲୋକସଭା ବାଚସ୍ପତି ଓମ୍‍ ବିର୍ଲା ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି। ଦୁଇଟିଯାକ ଚ୍ୟାନେଲର ମିଶ୍ରଣ ପାଇଁ ଏକ କମିଟି ସୁପାରିଶ କରିଥିଲେ।

Comments are closed.