ମୋ ପ୍ରତି ଅତ୍ୟାଚାର କରିଥିବା ଲୋକେ କ୍ଷମା ମାଗିବେ କି? – ସାଧ୍ୱୀ ପ୍ରଜ୍ଞା

ଭୋପାଳ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଏଟିଏସ ମୁଖ୍ୟ ହେମନ୍ତ କରକରେଙ୍କ ବିରୁଦ୍ଧରେ ବୟାନ ଦେଇ ବିବାଦୀୟ ହୋଇପଡିଥିବା ମାଲେଗାଓଁ ବିସ୍ଫୋରଣ ଅଭିଯୁକ୍ତ ତଥା ବିଜେପିର ୪୮ବର୍ଷୀୟ ଭୋପାଳ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର କହିଛନ୍ତି ଯେ ମୋ ପ୍ରତି ୯ବର୍ଷ ଧରି ଅତ୍ୟାଚାର କରିଥିବା ଲୋକମାନେ କ୍ଷମା ମାଗନ୍ତୁ। ସେ ଅଭିଶାପ ଦେଇଥିବାରୁ କରକରେଙ୍କ ମୃତ୍ୟୁ ହୋଇଥିବା ଭଳି ବୟାନ ଦେଇଥିବା ସାଧ୍ୱୀ ପ୍ରଜ୍ଞା ପରେ ତଙ୍କ ବୟାନ ନେଇ କ୍ଷମା ପ୍ରାର୍ଥନା କରିଥିଲେ।

ଅନ୍ୟ ଏକ ଘଟଣା କ୍ରମରେ ଯେତେବେଳେ ସମ୍ବାଦଦାତାମାନେ ତାଙ୍କୁ ବିବାଦୀୟ ବୟାନ ସମ୍ପର୍କରେ ପଚାରିଥିଲେ, ସାଧ୍ୱୀ ପ୍ରଜ୍ଞା ଓଲଟା ସମ୍ବାଦଦାତାମାନଙ୍କୁ କହିଥିଲେ, ‘ଯେଉଁମାନେ ମୋ ପ୍ରତି ୯ବର୍ଷ ଅତ୍ୟାଚାର କରିଛନ୍ତି, ସେମାନଙ୍କୁ ଆପଣ କ୍ଷମା ପ୍ରାର୍ଥନା କରିବାକୁ କହିବେ କି?’। ସେ କହିଥିଲେ ଯେ ସେ ତାଙ୍କ ବୟାନ ପାଇଁ କ୍ଷମା ପ୍ରାର୍ଥନା କରିସାରିଛନ୍ତି ଏବଂ ସାମ୍ବାଦିକମାନଙ୍କୁ ଅଧିକାର ଦେଉଛନ୍ତି ଯେ ସେମାନେ ତାଙ୍କୁ କଷ୍ଟ ଦେଇଥିବା ଲୋକଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କହିବେ କି?

Comments are closed.