ଜୋକୋଭିକ୍ ମାଦ୍ରିଦ୍‍ ଓପନ୍‍ ଚମ୍ପିୟାନ

ମାଦ୍ରିଦ :  ବିଶ୍ୱର ଏକ ନମ୍ବର ଟେନିସ୍‍ ତାରକା ସର୍ବିୟାର ନୋଭାକ୍‍ ଜୋକୋଭିକ୍ ତୃତୀୟ ଥରପାଇଁ ମାଦ୍ରିଦ୍‍ ଓପନ୍‍ ଟ୍ରଫି ବିଜୟୀ ହୋଇଛନ୍ତି।  ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ଫାଇନାଲ୍‍ ମ୍ୟାଚ​​‌ରେ ଜୋକୋଭିକ୍  ଗ୍ରୀସ୍‍ର ଷ୍ଟିଫାନସ୍‍ ସିପିପାସ୍‍ଙ୍କୁ ୬-୩ ଓ ୬-୪ ସେଟରେ ପରାସ୍ତ କରିଛନ୍ତି। ଏହା ସହିତ ସେ ନିଜର ୩୩ତମ ଟାଇଟଲ ହାସଲ କରିଛନ୍ତି।

ମାଦ୍ରିଦ୍‍ ଓପନ୍‍ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ୭-୬,୭-୬ ସେଟରେ ଅଷ୍ଟ୍ରିଆର ଡୋମିନିକ୍ ଥିଏମଙ୍କୁ ପରାସ୍ତ କରି ଜୋକୋଭିକ୍ ଫାଇନାଲରେ ପ୍ରବେଶ କରିଥିଲେ । ଅନ୍ୟ ପକ୍ଷରେ ନେଦରଲାଣ୍ଡସର କିକି ବର୍ଟନସ ମହିଳା ସିଙ୍ଗଲସ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି।

 

 

Comments are closed.