ନ୍ୟାୟାଳୟ ହାତରେ ଜୋକୋଭିକ୍‌ଙ୍କ ଭାଗ୍ୟ

ମେଲବୋର୍ଣ୍ଣ: ବିଶ୍ବର ଏକ ନମ୍ବର ଟେନିସ ଖେଳାଳି ସର୍ବିଆର ନୋଭାକ ଜୋକୋଭିକ୍‌ଙ୍କୁ ଅଷ୍ଟ୍ରେଲିଆରେ ପ୍ରବେଶ ଅନୁମତି ନମିଳିବାକୁ ନେଇ ନେଇ ଲାଗି ରହିଥିବା ବିବାଦ ଦିନକୁ ଦିନ ରୋଚକ ହେବାରେ ଲାଗିଛି। କୋଭିଡ ଟିକାକରଣ ନିୟମରୁ ରିହାତି ପାଇବା ପାଇଁ ଜୋକୋଭିକ୍‌ ଆବଶ୍ୟକ କାଗଜପତ୍ର ଦାଖଲ କରିପାରିନଥିବାରୁ ଅଷ୍ଟ୍ରେଲିଆରେ ପ୍ରବେଶ ନେଇ ତାଙ୍କୁ ଅନୁମତି ମିଳିନାହିଁ। ଏହାଛଡ଼ା ତାଙ୍କ ଭିସାକୁ ମଧ୍ୟ ରଦ୍ଦ କରିଦିଆଯାଇଛି। ସେ ଅଷ୍ଟ୍ରେଲିଆରେ ଏକ ହୋଟେଲରେ ଅଟକ ରହିଛନ୍ତି। ଅଷ୍ଟ୍ରେଲିଆ ସରକାର ଭିସା ରଦ୍ଦ କରିବା​‌ ଓ ଅଷ୍ଟ୍ରେଲିଆନ ଓପନରେ ଖେଳିବାକୁ ଅନୁମତି ଦେବା ନେଇ ଜୋକୋଭିକ୍‌ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି। ଶନିବାର ଜୋକୋଭିକ୍‌ଙ୍କ ଓକିଲ ଫେଡେରାଲ ନ୍ୟାୟାଳୟରେ ପକ୍ଷ ରଖିଛନ୍ତି। ଜୋକୋଭିକ୍‌ ଗତ ଡିସେମ୍ବରରେ କରୋନା ସଂକ୍ରମିତ ହୋଇଥିଲେ। କରୋନା ସଂକ୍ରମିତ କାରଣରୁ ​‌େ​ସ ଟିକା ନେବାରୁ ନିବୃତ୍ତ ରହିଥିଲେ। ଏବେ ତାଙ୍କୁ ଅଷ୍ଟ୍ରେଲିଆନ ଓପନରେ ଖେଳିବା ନେଇ ଅନୁମତି ପ୍ରଦାନ କରିବାକୁ ଓକିଲଙ୍କ ପକ୍ଷରୁ ନ୍ୟାୟାଳୟକୁ ଅନୁରୋଧ କରିଛନ୍ତି।

୨୦୨୧ ଡିସେମ୍ବର ୧୬ରେ ଜୋକୋଭିକ୍‌ଙ୍କ ଆରଟିପିସିଆର ପରୀକ୍ଷା କରାଯାଇଥିଲା। ଏଥିରେ ସେ କରୋନା ଆକ୍ରାନ୍ତରୁ ମୁକ୍ତ ହୋଇଥିବା ନେଇ ରିପୋର୍ଟ ଆସିଥିଲା। ଏବେ ତାଙ୍କ ଭିସାକୁ ରଦ୍ଦ କରିବା ଆଇନସମ୍ମତ ନୁହେଁ। ତାଙ୍କୁ ଅଷ୍ଟ୍ରେଲିଆ ଓପନରେ ଖେଳିବାକୁ ଅନୁମତି ପ୍ରଦାନ କରିବାକୁ ଫେଡେରାଲ କୋର୍ଟରେ ଜୋକୋଭିକ୍‌ଙ୍କ ଓକିଲ ପକ୍ଷ ରଖିଛନ୍ତି। ଟେନିସ ଅଷ୍ଟ୍ରେଲିଆ ପକ୍ଷରୁ ଅଷ୍ଟ୍ରେଲିଆନ ଓପନରେ ଖେଳିବା ନେଇ କରୋନା ଟିକା ନେବାକୁ ବାଧ୍ୟତାମୂଳକ କରାଯାଇନାହିଁ। ଏବେ ଜୋକୋଭିକ୍‌ଙ୍କୁ ଅଷ୍ଟ୍ରେଲିଆନ ଓପନରେ ଖେଳିବା ନେଇ ଅନୁମତି ପ୍ରଦାନ କରିବାକୁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ସୋମବାର ଚୂଡାନ୍ତ ରାୟ ପ୍ରକାଶ ପାଇବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ସରକାର ଓ ଜୋକୋଭିକ୍‌ଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ଏବେ ନ୍ୟାୟାଳୟ ହାତରେ ରହିଛି। ଜୋକୋଭିକ୍‌ଙ୍କ ଅଷ୍ଟ୍ରେଲିଆନ ଓପନ​‌େ​‌ର ଖେଳିବା ନିଷ୍ପତ୍ତି ଏବେ ନ୍ୟାୟାଳୟ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆନ ଓପନ ଖେଳିବା ଲାଗି ବୁଧବାର ବିଳମ୍ବିତ ରାତିରେ ଜୋକୋଭିକ୍‌ ଅଷ୍ଟ୍ରେଲିଆରେ ଅବତରଣ କରିଥିଲେ। କୋଭିଡ ଟିକାରକଣ ନିୟମରୁ ରିହାତି ପାଇବା ପାଇଁ ଜୋକୋଭିକ୍‌ ଆବଶ୍ୟକ କାଗଜପତ୍ର ଦାଖଲ କରିପାରିନଥିଲେ। ଫଳରେ ତାଙ୍କୁ ଅଷ୍ଟ୍ରେଲିଆରେ ପ୍ରବେଶ ନେଇ ଅନୁମତି ମିଳିନାହିଁ। ଦେଶରେ ପ୍ରବେଶ ଲାଗି ଜୋକୋଭିକ୍‌ଙ୍କ ନିକଟରେ ଅବଶ୍ୟକ ପ୍ରମାଣପତ୍ର ନଥିବାରୁ ଅଷ୍ଟ୍ରେଲିଆର ସୀମା ସୁରକ୍ଷାବାହିନୀ ତାଙ୍କୁ ବିମାନବନ୍ଦରରେ ଅଟକ ରଖିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଭିସାକୁ ମଧ୍ୟ ରଦ୍ଦ କରିଦିଆଯାଇଥିଲା।

Comments are closed.