ଭାରତୀୟ ବଜାରକୁ ଆସିଲା ‘ହ୍ୱାୱି ନୋଭା-୩ ଏବଂ ନୋଭା-୩ ଆଇ’

0

ଗୁରୁବାର ‘ହ୍ୱାୱି ତାର ଦୁଇଟି ସ୍ମାର୍ଟଫୋନ୍‍ ‘ହ୍ୱାୱି ନୋଭା-୩ ଏବଂ ନୋଭା-୩ ଆଇ’ ଲଞ୍ଚ୍‍ କରିଛି। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଭୟ ଫୋନ୍‍କୁ ଲଞ୍ଚ୍‍ କରାଯାଇଛି। ‘ହ୍ୱାୱି ନୋଭା-୩ ଏବଂ ନୋଭା-୩ ଆଇ’ ଫୋନ୍‍ କିଛିଦିନ ତଳେ ଚୀନ୍‍ରେ ଲଞ୍ଚ୍‍ କରାଯାଇଥିଲା। ଉଭୟ ଫୋନରେ ଆପଣ ୪ଟି କ୍ୟାମେରା ପାଇପାରିବେ।
‘ହ୍ୱାୱି ନୋଭା-୩ ଏବଂ ନୋଭା-୩ ଆଇ’ର ମୂଲ୍ୟ
ଚୀନରେ ‘ହ୍ୱାୱି ନୋଭା-୩’କୁ ୨,୯୯୯ ଚୀନ ୟାନ, ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ୩୦,୫୦୦ଟଙ୍କାରେ ଲଞ୍ଚ୍‍ କରାଯାଇଥିଲା, ଏଥିରେ ୬ଜିବି ରାମ୍‍ ଏବଂ ୧୨୮ଜିବି ଷ୍ଟୋରେଜ୍‍ ରହିଛି। ସେହିଭଳି ‘ହ୍ୱାୱି ନୋଭା-୩ ଆଇ’ର ୪ଜିବି ରାମ୍‍ ଏବଂ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୧,୯୯୯ ଚୀନ୍‍ ୟାନ୍‍ ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ୨୦,୩୦୦ଟଙ୍କା।

‘ହ୍ୱାୱି ନୋଭା-୩’ର ବିଶେଷତ୍ୱ
ଏହି ଫୋନ୍‍ରେ ଡୁଆଲ ସିମ୍‍ ସପୋର୍ଟ, ଆଣ୍ଡ୍ରୋଏଡ୍‍ ୮.୧ ଏବଂ ୬.୩ ଇଞ୍ଚ୍‍ ର ଫୁଲ ଏଚ୍‍ଡି ପ୍ଲସ ଡିସ୍‍ପ୍ଲେ ରହିଛି। ଯାହାର ଆସପେକ୍ଟ ରେସିୟୋ ୧୯.୫:୯ ରହିଛି। ଏହା ବ୍ୟତୀତ ଏହି ଫୋନ୍‍ରେ ଆପଣ ଅକଟାକ୍‍ ହାଇ ସିଲିକନ୍‍ କିରିନ୍‍ ୯୭୦ ପ୍ରୋସେସର, ୬ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜ୍‍ ପାଇପାରିବେ। ଯାହାକୁ ୨୫୬ ଜିବି ପର୍ଯ୍ୟନ୍ତ ବଢାଇପାରିବେ।

‘ହ୍ୱାୱି ନୋଭା-୩’ର କ୍ୟାମେରା
ଏଥିରେ ଡୁଆଲ୍‍ ରିୟର କ୍ୟାମେରା ସେଟ୍‍ଅପ୍‍ ପାଇପାରିବେ, ଯେଇଁଥିରେ ଗୋଟିଏ ଲେନ୍ସ ୧୬ମେଗାପିକ୍ସେଲର ଏବଂ ଅନ୍ୟଟି ୨ମେଗାପିକ୍ସେଲର ରହିଛି। ସେହିପରି ଆଗପଟ କ୍ୟାମେରାରେ ମଧ୍ୟ ଡୁଆଲ କ୍ୟାମେରା ସେଟଅପ୍‍ ରହିଛି। ଯେଉଁଥିରେ ଗୋଟିଏ କ୍ୟାମେରା ୨୪ମେଗାପିକ୍ସେଲର ଏବଂ ଅନ୍ୟଟି ୨ମେଗାପିକ୍ସେଲର। ଏହା ବ୍ୟତୀତ ଫୋନ୍‍ରେ ୩୭୫୦ ଏମ୍‍ଏଚ୍‍ ବ୍ୟାଟେରୀ ଏବଂ ସଂଯୋଗ ପାଇଁ ୪-ଜି ଭୋଲ୍ଟି, ୱାଇ-ଫାଇ, ବ୍ଲୁ-ଟୁଥ ୪.୨, ଜିପିଏସ୍‍ ୟୁଏସବି ଟାଇପ୍‍-ସି ଏବଂ ୩.୫ ଏମ୍‍ଏଚ୍‍ ହେଡ୍‍ ଫୋନ୍‍ ଜ୍ୟାକ୍‍ ମିଳିବ।
‘ହ୍ୱାୱି ନୋଭା-୩ ଆଇ’ର ବିଶେଷତ୍ୱ
ଏହି ଫୋନ୍‍ରେ ମଧ୍ୟ ଡୁଆଲ ସିମ୍‍ ସପୋର୍ଟ ରହିଛି। ଏଥିରେ ଆପଣ ୬.୩ଇଞ୍ଚ୍‍ର ଫୁଲ ଏଚ୍‍ଡି ଡିସ୍‍ପ୍ଲେ ପାଇପାରିବେ, ଅକ୍ଟୋକର୍‍ ହାଇସିଲିକନ୍‍ କିରିନ୍‍ ୭୧୦ ପ୍ରୋସେସର, ୪ଜିବି/୬ଜିବି ରାମ୍‍ ଏବଂ ୬୪ଜିବି/୧୨୮ଜିବି ଷ୍ଟୋରେଜ୍‍ ମିଳିବ, ଯାହାକୁ ୨୫୬ ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଏହି ଫୋନ୍‍ରେ ୧୬+୨ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ଏହାର ଆଗପଟ କ୍ୟାମେରା ୨୪+୨ ମେଗାପିକ୍ସେଲର ରହିଛି।

Leave A Reply