‘ସୌଭାଗ୍ୟ’ ଯୋଜନା : ୮ଟି ରାଜ୍ୟର ଶତ ପ୍ରତିଶତ ବିଦ୍ୟୁତ୍‍ ଯୋଗାଣ ଲକ୍ଷ୍ୟ ହାସଲ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ସହଜ ବିଜୁଳି ହର୍‍ ଘର୍‍ ଯୋଜନା -‘ସୌଭାଗ୍ୟ’ ଅଧୀନରେ ଦେଶର ଆଉ ୮ଟି ରାଜ୍ୟ ଶତକଡ଼ା ୧୦୦ ଭାଗ ବିଦ୍ୟୁତ୍‍ ଯୋଗାଣ ଲକ୍ଷ୍ୟ ହାସଲ କରିଛନ୍ତି । ଏଥି ସହିତ ମୋଟ ୧୫ଟି ରାଜ୍ୟ ପ୍ରତ୍ୟେକ ପରିବାରକୁ ବିଜୁଳି ଯୋଗାଇ ଦେବାର ସଫଳତା ଲାଭ କରିଛନ୍ତି । ସେହି ୮ଟି ରାଜ୍ୟ ହେଉଛନ୍ତି-ମଧ୍ୟପ୍ରଦେଶ, ତ୍ରିପୁରା, ବିହାର, ଜମ୍ମୁ-କାଶ୍ମୀର, ମିଜୋରାମ୍‍, ସିକ୍କିମ୍‍, ତେଲଙ୍ଗାନା ଓ ପଶ୍ଚିମବଙ୍ଗ। ନୂଆଦିଲ୍ଲୀରେ ରାଜ୍ୟ ଓ ରାଜ୍ୟ ବିଦ୍ୟୁତ୍‍ କମ୍ପାନୀଗୁଡ଼ିକ ସହ ଯୋଜନା ଓ ତଦାରଖ ବୈଠକରେ ଅଂଶଗ୍ରହଣ କରିବା ପରେ ଗତକାଲି ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ଶକ୍ତି ମନ୍ତ୍ରୀ ଆର. କେ. ସିଂହ କହିଛନ୍ତି, ସୌଭାଗ୍ୟ ଯୋଜନାରେ ଏପର୍ଯ୍ୟନ୍ତ ୨ କୋଟି ୧୦ ଲକ୍ଷ ପରିବାରକୁ ବିଦ୍ୟୁତ୍‍ ସଂଯୋଗ ଯୋଗାଇ ଦିଆଯାଇଛି । ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ଛତିଶଗଡ଼ ଭଳି କିଛି ରାଜ୍ୟରେ ଆଉ ମାତ୍ର ଅଳ୍ପ କେତେକ ପରିବାରକୁ ବିଜୁଳି ଯୋଗାଇ ଦେବା ବାକି ରହିଛି, ଯାହା ଆଉ ମାତ୍ର କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି।

Leave A Reply