ଇସ୍ରୋର ୧୮୨ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ରେ ନିଯୁକ୍ତି ପାଇଁ ଆବେଦନପତ୍ର ଆହ୍ବାନ କରାଯାଇଛି। ବିଭିନ୍ନ ବିଭାଗରେ ୧୮୨ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେଗୁଡ଼ିକ ମଧ୍ୟରୁ ୧୦୨ଟି ଟେକ୍ନିସିଆନ-ବି ପଦବୀରେ ନିଯୁକ୍ତି ଲାଗି ଆବେଦନପତ୍ର ଆହ୍ବାନ କରାଯାଇଥିଲାବେଳେ ୩ଟି ଡ୍ରଟ୍ସମ୍ୟାନ-ବି ପଦବୀ, ୪୧ଟି ଟେକ୍ନିସିଆନ ଆସିଷ୍ଟାଣ୍ଟ, ୪ଟି ଲାଇବ୍ରେରି ଆସିଷ୍ଟାଣ୍ଟ, ୭ ସାଇଣ୍ଟିଫିକ ଆସିଷ୍ଟାଣ୍ଟ, ୨ଟି ହିନ୍ଦୀ ଟାଇପିଷ୍ଟ, ୫ଟି କ୍ୟାଟରିଂ ଆଟେଣ୍ଡାଣ୍ଟ-ଏ, ୫ଟି ରୋଷେୟା, ୪ଟି ଫାୟାରମ୍ୟାନ-ଏ, ୪ଟି ଲାଇଟ୍‌ ଭେହିକଲ ଡ୍ରାଇଭର ଏବଂ ୫ଟି ଭାରିଯାନ ଚାଳକ ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି।

ଏସବୁ ପଦବୀ ପାଇଁ ଆବେଦନ ଆରମ୍ଭର ତାରିଖ ଫେବୃୟାରୀ ୧୫ ରହିଥିବାବେଳେ ଶେଷ ତାରିଖ ମାର୍ଚ୍ଚ ୬ ତାରିଖ ଧାର୍ଯ୍ୟ କରାଯାଇଛି। ସାଧାରଣ ବର୍ଗ, ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀ ପୁରୁଷ ପ୍ରାର୍ଥୀମାନଙ୍କ ଲାଗି ଆବେଦନ ପାଇଁ ଦେୟ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଦେୟ ପଇଠର ଶେଷ ତାରିଖ ମାର୍ଚ୍ଚ ୭କୁ ଧାର୍ଯ୍ୟ କରାଯାଇଛି।

Comments are closed.