ଦିଲ୍ଲୀ ବିଧାନସଭା ନିର୍ବାଚନ – ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଜାରି ହେବା ସହିତ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ଜାନୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ସେମାନଙ୍କର ମନୋନୟନପତ୍ର ଦାଖଲ କରିପାରିବେ ଏବଂ ଜାନୁଆରୀ ୨୨ରେ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ଜାନୁଆରୀ ୨୪ ତାରିଖକୁ ମନୋନୟନପତ୍ର ପ୍ରତ୍ୟାହାରର ଶେଷଦିନ ଧାର୍ଯ୍ୟ କରାଯାଇଛି।

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ମାସ ୮ତାରିଖରେ ମତଦାନ ଅନୁଷ୍ଠିତ ହେବ। ଫେବୃୟାରୀ ୧୧ ତାରିଖରେ ଭୋଟ ଗଣତି ହେବ। ଦିଲ୍ଲୀର ମୋଟ୍‍ ୧ କୋଟି ୪୭ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଯେଉଁମାନଙ୍କ ମଧ୍ୟରେ ୮୦ଲକ୍ଷ ୫୫ ହଜାର ପୁରୁଷ ଏବଂ ୬୬ ଲକ୍ଷରୁ ଅଧିକ ମହିଳା ଭୋଟର ଅଛନ୍ତି।

Comments are closed.