ମଧ୍ୟପ୍ରଦେଶ ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

0

ନୂଆଦିଲ୍ଳୀ : ମଧ୍ୟପ୍ରଦେଶ ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ମଧ୍ୟପ୍ରଦେଶର ୨୩୦ଟି ଆସନ ଓ ମିଜୋରାମର ୪୦ଟି ଆସନ ପାଇଁ ଆସନ୍ତା ୨୮ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ମତଦାନ ଯିବ। ମନୋନୟନ ପତ୍ର ଦାଖଲ ପାଇଁ ଆସନ୍ତା ୯ ତାରିଖ ଶେଷ ଦିନ ଓ ପ୍ରାର୍ଥୀପତ୍ର ଗୁଡ଼ିକୁ ୧୨ ତାରିଖ ଦିନ ଯାଞ୍ଚ୍‍ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରପାଇଁ ନଭେମ୍ବର ୧୪ ତାରିଖକୁ ଶେଷ ଦିନ ଧାର୍ଯ୍ୟ କରା ଯାଇଛି।
ଅନ୍ୟପକ୍ଷରେ ଛତିଶଗଡ଼ରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ। ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୨୦ତାରିଖରେ ୭୨ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଆସନ୍ତା ୧୨ ତାରିଖ ଦିନ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ରାଜ୍ୟର ମୋଟ୍‍ ୯୦ଟି ଆସନରେ ନିରପେକ୍ଷ ଓ ଶାନ୍ତି ପୂର୍ଣ୍ଣ ମତଦାନ ପାଇଁ ନିର୍ବାଚନ କମିଶନଙ୍କ ଏକ ଦଳ ଗତକାଲି ରାୟପୁରଠାରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାୱତ କହିଛନ୍ତି, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀକୁ ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମୁତୟନ କରାଯାଇଛି।

Leave A Reply