ଷଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଆସନ୍ତା ଗୁରୁବାର, ୧୮ ତାରିଖରେ ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅଧୀନସ୍ଥ ୯୭ ​ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ସେଥିମଧ୍ୟରୁ ସର୍ବାଧିକ ତାମିଲନାଡୁର ୩୯ଟି ଲୋକସଭା ଆସନରେ ମତଦାନ ହେବ। ଏତଦ୍‌ବ୍ୟତୀତ କର୍ଣ୍ଣାଟକର ୧୪, ମହାରାଷ୍ଟ୍ରର ୧୦, ଉତ୍ତରପ୍ରଦେଶର ୮, ଆସାମ, ବିହାର ଓ ଓଡ଼ିଶାର ୫ଟି ଲେଖାଏଁ, ଛତିଶଗଡ଼ ଓ ପଶ୍ଚିମବଙ୍ଗର ୩ଟି ଲେଖାଏଁ, ଜାମ୍ମୁ-କାଶ୍ମୀରର ଦୁଇଟି ଏବଂ ମଣିପୁର, ତ୍ରିପୁରା ତଥା ପୁଡୁଚେରୀର ଗୋଟିଏ ଲେଖାଏଁ ଆସନରେ ଏହି ଦିନ ମତଦାନ ହେବ। ଏଥିସହିତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଷଷ୍ଟ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ପର୍ଯ୍ୟାୟରେ ମେ ୧୨ରେ ୭ଟି ରାଜ୍ୟର ୫୯ଟି ଆସନରେ ମତଦାନ ହେବ।

Comments are closed.