ବିହାର : ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ପାଟନା :  ବିହାରର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଜାରି ହେବା ସହ ୧୭ଟି ଜିଲ୍ଲାର ୯୪ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ୧୬ ତାରିଖ ରହିଛି। ତାହା ପରଦିନ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ୍‍ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ୧୯ ତାରିଖ ରହିଛି।
ଏହି ପର୍ଯ୍ୟାୟରେ ପାଟନା ଓ ନାଳନ୍ଦାକୁ ଛାଡ଼ି ଉତ୍ତର ବିହାରର ବାକି ସବୁ ଜିଲ୍ଲାରେ ମତଦାନ ହେବ। ଭୋଟ୍‍ ଗ୍ରହଣ ହେବାକୁ ଥିବା ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟମରେ ସୀତାମାଢ଼ି, ଶେଓହର୍‍, ମଧୁବନୀ, ଦର୍‍ଭଙ୍ଗା, ମୁଜାଫର୍‍ପୁର, ସିୱାନ୍‍, ଗୋପାଳଗଞ୍ଜ, ସରନ୍‍, ବୈଶାଳୀ, ସମସ୍ତିପୁର, ବେଗୁସରାଇ,ଖଗଡ଼ିଆ, ଭାଗଲପୁର ଓ ପୂର୍ବ ଏବଂ ପଶ୍ଚିମ ଚମ୍ପାରନ୍‍ ରହିଛି।

Comments are closed.