ଉତ୍ତର ପ୍ରଦେଶ ସିଏଏ ବିରୋଧୀ ବିକ୍ଷୋଭ : ୨୧ ଲକ୍ଷ ଟଙ୍କା କ୍ଷତିପୂରଣ ଆଦାୟ ପାଇଁ ୧୩ ଜଣଙ୍କୁ ନୋଟିସ୍‍

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଡିସେମ୍ବର ମାସ ୧୯ ତାରିଖ ଦିନ ନାଗରିକ ସଂଶୋଧନ ଆଇନ ବିରୋଧୀ ବିକ୍ଷୋଭରେ ସରକାରୀ ସମ୍ପତ୍ତି ନଷ୍ଟ କରାଯାଇଥିବା ଅଭିଯୋଗରେ ୧୩ ଜଣଙ୍କଠାରୁ ୨୧ ଲକ୍ଷ ଟଙ୍କା କ୍ଷତିପୂରଣ ଆଦାୟ କରିବା ସକାଶେ ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ୍‍ ଜାରି କରାଯାଇଛି। ଲକ୍ଷ୍ନୌର କମିଶନର ମୁକେଶ ମେଶ୍‍ରାମ୍‍ ସେମାନଙ୍କୁ ୩୦ ଦିନ ମଧ୍ୟରେ କ୍ଷତିପୂରଣ ରାଶି ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ସମ୍ପତ୍ତି ନଷ୍ଟ ବାବଦରେ ମୋଟ ୪ କୋଟି ୫୦ ଲକ୍ଷ ଟଙ୍କା ଆଦାୟ କରାଯିବାକୁ ନୋଟିସ୍‍ ଦିଆଯାଇଥିବା ଜଣାପଡ଼ିଛି।

Comments are closed.